ଅସହାୟ ବୃଦ୍ଧା ଭାମା ଡୁଡକା ଆଜି ଦିଗହରା !

0 374

ପଦ୍ମପୁର,୧୪/୦୭(ପିପିଟି); ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୋଡାସମ୍ବର ବ୍ଲକ ଅଧିନସ୍ଥ ଲୁହାରପାଲି ଗ୍ରାମପଂଚାୟତ ଅନ୍ତର୍ଗତ  ସର୍ଗିଜୁରୀ ଏକ ପଲ୍ଲୀଗ୍ରାମ । ଗ୍ରାମ ମଝିରେ ୭୦ ବର୍ଷିୟ ବିଧବା ନିସହାୟ ବୃଦ୍ଧା ଭାମା ଡୁଡକା ବାସକରେ । ମାଟିର ଦଦରା କାନ୍ଥ ଦେହରେ ପଲିଥିନ୍  ଘୋଡଣୀ ଭଗ୍ନ କୁଡିଆ ଟିଏ । ସାଥିରେ ବିକୃତ ମସ୍ତିଷ୍କ ଅବିବାହିତ ଯୁବ ପୁଅ ସରକାରୀ ସାହାର୍ଯ୍ୟ ଏମାନଙ୍କ ପାଇଁ ସାତ ସପନ ଭଳି ଲାଗେ । ସରକାରୀ ସାହାଯ୍ୟରେ ତାଙ୍କୁ ଇନ୍ଦିରା ଆବାସ କିମ୍ବା ବିଜୁ ଆବାସ ଟିଏ ମଧ୍ୟ ଯୋଗାଇ ଦିଆଯାଇନି । ରାଜନୈତିକ ସ୍ତରରୁ ପ୍ରଶାସନ ପର୍ଯ୍ୟନ୍ତ ଅଦ୍ୟାବଧି ତାଙ୍କ ଆଡକୁ ଆଖି ଉଠାଇ ଦେଖିନାହାଁନ୍ତି । ଏ ସମ୍ପର୍କ ରେ ଖବର ପାଇ ପାଇକମାଲ ବ୍ଲକ ଅଧିନସ୍ଥ ଲଖମରା ଗ୍ରାମର ଯୁବ ସମାଜ ସେବୀ ଦିଲ୍ଲୀପ ଦାଶଙ୍କ ମନରେ ବିଭିନ୍ନ ପ୍ରକାରର ସମସ୍ୟା ଆନ୍ଦୋଳିତ ହେବାରେ ଲାଗିଲା । ଶେଷ ରେ ତାଙ୍କ ନିକଟତର ବନ୍ଧୁ ମାନଙ୍କୁ ଡାକି ବୃଦ୍ଧା ଭାମା ଡୁଡକାଙ୍କ  ଅସୁବିଧା ଓ ଦହନୀୟ ପରିସ୍ଥିତି କଥା ଆଲୋଚନା ପରେ ସର୍ବଶ୍ରୀ ମନିଷ ବନିଆଁ,ଆନନ୍ଦ ମୁଆନୀ ଓ ନିଜେ ଶ୍ରୀ ଦାଶ ସର୍ଗିଜୁରୀ ଗ୍ରାମକୁ ଯାଇ ବୃଦ୍ଧାଙ୍କୁ ଭେଟି ଦୁଃଖର କାହାଣୀ ଶୁଣିବା ସହିତ ଆଶ୍ୱାସନା ଦେଇଥିଲେ । ସାଙ୍ଗ ରେ ନେଇଯାଇଥିବା ଶୁଖିଲାଖାଦ୍ୟ ଚାଉଳ ଡାଲି ତେଲ ମୁଢ଼ି ଇତ୍ୟାଦି ରାସନ ସାମଗ୍ରୀ ଏକ ମାସର ଘର ତଥା ରୋଷେଇ ବ୍ୟବହାରିକ ସାମଗ୍ରୀ ପ୍ରଦାନ କରିଥିଲେ । ଏଭଳି ସମାଜ ସେବୀ ଚିନ୍ତାଧାରାଙ୍କୁ ଗ୍ରାମର ସର୍ବଶ୍ରୀ ପ୍ରଦୀପ ପଟେଲ,ହରିହର ବିଶି,ବିପିନ ବୁଡେକ,ମୋତିଲାଲ ପଟେଲ ପ୍ରମୁଖ ଏତାଦୃଶ ମହାନ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି  ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.