ଅସହାୟଙ୍କ ବିପଦର ବନ୍ଧୁ ହୋଇଛନ୍ତି ଯୁବ ନେତା ।

0 330

ପଦ୍ମପୁର,(ପିପିଟି ନ୍ଯୁଜ୍)୦୪/୦୪-ସାରା ବିଶ୍ବ କରୋନା ଭୂତାଣୁ ସହ ଲଢେ଼ଇ କରୁଛି । କରୋନା ଭୂତାଣୁ ସହ ଲଢେ଼ଇ ପାଇଁ ତାଳାବନ୍ଦକୁ ଭାରତରେ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି ।ତାଳାବନ୍ଦ ଯୋଗୁଁ ଅତି ଆବଶ୍ୟକ ସେବା ବ୍ୟତୀତ ସମସ୍ତ ସେବା ବନ୍ଦ ରହିଛି । ବର୍ତ୍ତମାନ ସମୟରେ ଖାଇବା ପାଇଁ ଅସହାୟ ,ଦିନମଜୁରିଆ ମାନଙ୍କ ପାଇଁ ଏକମାତ୍ର  ଚିନ୍ତା । ଏହି ଅସହାୟ ମାନଙ୍କ ଜୀବନରେ ଛୋଟ ଗୁଣ୍ଡିଚା ମୂଷା ସଦୄଶ୍ୟ ସହଯୋଗର ହାତ ବଢାଇଛନ୍ତି ବିଜେପୁର ପଥର୍ଲା ଗ୍ରାମର ଯୁବନେତା ଶ୍ରୀକାନ୍ତ ମିଶ୍ର । ସେ ବିଜେପୁର ନିର୍ବାଚନ ମଣ୍ଡଳୀର ବଡ଼ବ୍ରାହ୍ମଣୀ ଓ ବେନିଆଚାଲ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ସେଠାକାର ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ଯଥା ଚାଉଳ,ଡାଲି,ଚୁଡା,ଚିନି ଓ ବିସ୍କୁଟ ପ୍ରଦାନ କରିଛନ୍ତି ଏବଂ କରୋନା ମୁକାବିଲା ପାଇଁ ସଚେତନ ବାର୍ତ୍ତା ମଧ୍ୟ ଦେଇଛନ୍ତି । ବିଜେପୁର ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତର ସମସ୍ତ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।ଏହି ଶୁଖିଲା ଖାଦ୍ୟ ବଣ୍ଟନରେ ଝସକେତନ ଡ଼ନସନା, ଆଶାରାମ ଡ଼ନସନା, ପ୍ରଶାନ୍ତ ଡ଼ନସନା,ପୂର୍ଣ୍ଣଚନ୍ଦ୍ର ଭୋଇ,ବିକାଶ ସାହୁ, ଛବିନ୍ଦ୍ର ଷାଣ୍ଢ,ପିତାମ୍ବର,ଇନ୍ଦ୍ରଜିତ,ଅନି,ଭିମ,ଆନନ୍ଦ, ଭୋଜରାଜ,ସୁଦିପ୍ତ,ବିଜୟ,ନିର୍ମଳ,ପିତାମ୍ବର,ସୁଦାମ,ଧିରଜ,ଜୟନ୍ତ, ହେମସାଗର ପ୍ରମୁଖ ସହଯୋଗ କରିଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.