ଅବସର ପ୍ରାପ୍ତ ଶିକ୍ଷକଙ୍କ ପରଲୋକ ।

0 475

କୋଦଳା,ତା-୧୯/୦୭(ପିପିଟି); ବେଗୁନିଆପଡା ବ୍ଲକ୍ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ଭାଲିଆଝର ଗ୍ରାମରେ ଅବସରପ୍ରାପ୍ତ ଶିକ୍ଷକ ମୃତ୍ୟୁଞ୍ଜୟ ଜେନା (୭୩) ଙ୍କର ଆଜି ପୂର୍ବାହ୍ନରେ ନିଜ ବାସ ଭବନରେ ଦେହାନ୍ତ ହୋଇଯାଇଛି l ଆଜି ସକାଳୁ ଉଠି ନିଜର ନିତ୍ୟକର୍ମ ସlରିବା ପରେ ଘରେ ହଠାତ୍ ଟଳି ପଡିଥିଲେ  ଓ ପରେ ତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା । ସ୍ଵର୍ଗତ ଜେନା ୨୦ ବର୍ଷ ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ ବିକ୍ରମପୁର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିବା ପରେ ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ରବି ଘୋଷ ବିଦ୍ୟାପୀଠରେ ଅବସର ପର୍ଯ୍ୟନ୍ତ ଶିକ୍ଷକତା କରିଥିଲେ । ଜଣେ ମିଷ୍ଟଭାଷୀ ଓ ଛାତ୍ର ବତ୍ସଳ ଭାବେ ସେ ତାଙ୍କ ଶିକ୍ଷକ ଜୀବନ ଅତିବାହିତ କରିଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ, ପୁଅ, ବୋହୂ, ଝିଅ, ଜ୍ବାଇଁ,ନାତି, ନାତୁଣୀ ସମେତ ସମସ୍ତ ଆତ୍ମୀୟ ସ୍ୱଜନ ତଥା ବହୁ ଛାତ୍ର, ଛାତ୍ରୀ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ସାମାଜିକ ଦୂରତ୍ୱ ରଖି ନିଜ ଗ୍ରାମରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା l ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.