ଭଞ୍ଜନଗର,୧୧/୧୦(ପିପିଟି): ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ୫ଦଫା ଦାବୀପତ୍ର ନିର୍ବାହୀ ଅଧିକାରୀଙ୍କ ଅନୁପସ୍ଥିତ କାରଣରୁ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସାହୁଙ୍କୁ ପ୍ରଦାନ କରାଯାଇଛି।ସେଥି ମଧ୍ୟରେ ଉଚ୍ଚତମ ନ୍ୟାୟାଳୟର ଆଦେଶକୁ ଏନଏସି ଗୁରୁତ୍ୱ ଦେଉ ନଥିବାରୁ ବହୁ ଅବସରପ୍ରାପ୍ତ ଏବେ ମୃତ୍ୟୁବରଣ କରିସାରିଲେଣି। ସେମାନଙ୍କ ପେନସନ ଏବଂ ବକେୟା ଅର୍ଥ ସହ କ୍ଷତିପୂରଣ ପ୍ରଦାନ କରିବା। ଜିଆଇଏସ ଟଙ୍କା ଏବଂ ପୂଜା ପୂର୍ବରୁ ଅଗ୍ରୀମ ଅର୍ଥପ୍ରଦାନ ଓ ସେବା ପୁସ୍ତକ ସମ୍ପର୍କରେ ତଥ୍ୟ ପ୍ରଦାନ କରିବା। ଏଥିସହ ଉକ୍ତ ଦାବୀକୁ ୭ଦିନ ମଧ୍ୟରେ କାର୍ଯ୍ୟକାରୀ କରା ନଗଲେ ଏନଏସି କାର୍ଯ୍ୟାଳୟ ସାମନାରେ ଧାରଣା ଦିଆଯିବ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି।ଏଥିରେ ସଂଘର ସଭାପତି ଡ଼ି. ଚେଲପତି ରାଓଙ୍କ ସମେତ ଗରୀବ ସ୍ଵାଇଁ, ରଘୁନାଥ ଅଧିକାରୀ, କୃଷ୍ଣ ଚନ୍ଦ୍ର ମହାପାତ୍ର,କହ୍ନେଇ ନାୟକ,ଅର୍ଜୁନ ରଣା, ପି. ବିଜୟ ଲଷ୍ମୀ ପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )