ଅବକାରୀ ଧରପଗଡ଼,ବିପୁଳ ପରିମାଣର ପୋଚ ଗୁଡ଼ ମିଶ୍ରିତ ମଦ ଜବତ ।

0 476

ଦିଗପହଣ୍ଡି,(ପିପିଟି ନ୍ଯୁଜ୍)୧୯/୦୫,ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧିନସ୍ଥ ବିଛାପାଟ ଓ ଜୁଆଣପଲ୍ଲୀ ଗାଁରେ ମଙ୍ଗଳବାର ସକାଳୁ ଦିଗପହଣ୍ଡି ଅବକାରୀ ଉପନିରୀକ୍ଷକଙ୍କ ନେତୃତ୍ୱରେ ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଚଢ଼ାଉ କରାଯାଇଛି। ବିପୁଳ ପରିମାଣର ପୋଚ ଗୁଡ଼ ମିଶ୍ରିତ ମଦ ଜବତ କରାଯାଇଛି ।୧୧୦ଲିଟର ପୋଚ ଓ ୧୫ ଶହ କେଜି ଗୁଡ଼ ମିଶ୍ରିତ ମଦ ଜବତ କରାଯାଇଛି ।ଘଟଣା ସ୍ଥଳରୁ କାହାକୁ ଗିରଫ କରାଯାଇନଥିବା ବେଳେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଜଣା ପଡିଛି।
ରିପୋର୍ଟ -ସାଇଦୀପ ପୂଜାରୀ ।

Leave A Reply

Your email address will not be published.