ଅନଲାଇନ ମାଧ୍ୟମରେ ନୂଆଁଖାଇ ଭେଟଘାଟ ।

0 241

ପଦ୍ମପୁର,୨୩/୦୮(ପିପିଟି); କକୋନା ଜନିତ କଟକଣା ଯୋଗୁଁ ପ୍ରତିବର୍ଷ ପଦ୍ମପୁର ର ଫଟାମୁଣ୍ଡା ଠାରେ ବି.ଆର.ଆମ୍ବେଦକର ଯୁବକ ସଂଘ ତରଫରୁ ଆୟୋଜିତ ହେଉଥିବା ନୂଆଁଖାଇ ଭେଟଘାଟ ଏଥରକ ଅନଲାଇନ ମାଧ୍ୟମ ରେ ଅନୁଷ୍ଠିତ ହୋଇଯାଇଛି । ଏ ଅଞ୍ଚଳର ସାମାଜିକ କର୍ମୀ ଗୋପବନ୍ଧୁ ଶିକାଙ୍କ ସଭାପତିତ୍ୱରେ ଆୟୋଜିତ ଏଇ ସୁନ୍ଦର କାର୍ଯ୍ୟକ୍ରମରେ ତ୍ରିଳାଂଚଳ କୁମ୍ଭାର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବନମାଳୀ କୁମ୍ଭାର ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଉପରେ ସଂକ୍ଷେପରେ ଚୁମ୍ବକୀୟ ମତବ୍ୟକ୍ତ କରିଥିଲେ । ଏଇ ଅବସର ରେ ବୟୋଜ୍ୟେଷ୍ଠ ବ୍ୟକ୍ତି ଭାବେ ଦୟାନିଧି ସୁନା ଓ କରୋନା କାଳ ରେ ଉତ୍ସର୍ଗୀତ ସେବାପାଇଁ ଅଂଗନୱାଡି କର୍ମୀ ଝରଣା ବାଗ,ମମତା ସେଟ ଓ ଆଶା କର୍ମୀ କମଳା କୁମ୍ଭାରଙ୍କ ସମେତ ପି.ଏମ.ସି ୱାର୍କର ବୁଲୁରଂଜନ କୁମ୍ଭାରଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଇ ଅନଲାଇନ କାର୍ଯ୍ୟକ୍ରମ ସଂଯୋଜନା ସୂର୍ଯ୍ୟକାନ୍ତ ,ବିଶ୍ୱ ,ତ୍ରିଲୋଚନ,ବୀରପାଣି,ବାଳମୁକୁନ୍ଦ ଓ ସନ୍ତୋଷ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସୁଚାରୁରୂପେ ଆଗେଇ ନେଇଥିଲେ । ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.