ଅଗ୍ନି କାଣ୍ଡରେ ପାଳ ଗଦା ଭସ୍ମୀଭୂତ ।

0 52

ଦିଗପହଣ୍ଡି,୭/୪,ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କେ.ନୂଆଗାଁ ଥାନା ଖମ୍ବାରୀଗାଁ ପଂଚାୟତର ଇନ୍ଦିରାବାସ କଲୋନୀରେ ଅଗ୍ନିକାଣ୍ଡରେ ପାଳ ଗଦା ଭସ୍ମୀଭୂତ । ଗ୍ରାମର ପ୍ରକାଶ ନାଇକଙ୍କ ଖଳାରେ ରହିଥିବାରେ ୧୫ ଭରଣର ପାଳ ଗଦାରେ ଆଜି ପୂର୍ବାହ୍ନରେ ଅଚାନକ ନିଆଁ ଲାଗିଯାଇଥିଲା। ସରପଞ୍ଚ କେ.ସନ୍ତୋଷ କୁମାର ପାତ୍ର ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଦିଗପହଣ୍ଡି ଅଗ୍ନିଶମ ବିଭାଗକୁ ଖବର କରିଥିଲେ। ଖବରପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀର ଫାୟାର ଅଫିସର ପ୍ରଫୁଲ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ସମସ୍ତ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ଆଉ ବ୍ୟାପିବାକୁ ଦେଇନଥିଲେ। ଏନେଇ ସରପଞ୍ଚ ସମ୍ପୃକ୍ତ ଆରଆଇ ବନିତା ପ୍ରଧାନଙ୍କୁ ସୂଚନା ଦେଇଥିଲେ ବୋଲି ଜଣାଇଛନ୍ତି।ବ୍ଲକ ଯୁବ ବିଜେଡି ସଭାପତି ଚିତ୍ରସେନ ଗୌଡ଼ ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.