ଅଗଷ୍ଟ ୯ କ୍ରାନ୍ତି ଦିବସରେ କୃଷକ ଶ୍ରମିକଙ୍କ ଆଇନ ଅମାନ୍ୟ ଆନ୍ଦୋଳନ ।

0 348

ବୋଲଗଡ଼,୦୯/୦୮(ପିପିଟି); ଆଜି ଅଗଷ୍ଟ ୯ ଭାରତର କ୍ରାନ୍ତି ଦିବସରେ CITU,AIKS ଓ କ୍ଷେତ ମଜଦୁର ଇୟୁନିଅନ ମିଳିତ ଆହ୍ବାନରେ କେନ୍ଦ୍ର ମୋଦୀ ସରକାରଙ୍କ ଚାଷୀ ଓ ଶ୍ରମିକ ବିରୋଧୀ ନୀତି ବିରୋଧରେ ରଣପୁର ବ୍ଲକ ସମ୍ମୁଖରେ ଆଇନ ଅମାନ୍ୟ ଆନ୍ଦୋଳନ ଅନୁଷ୍ଠିତ ହୋଇ ଶତାଧିକ ସତ୍ୟାଗ୍ରହୀ ଗିରଫ ହୋଇଥିଲେ। ଶ୍ରମିକ,କୃଷକ ଓ କ୍ଷେତମଯଦୁର ଇୟୁନିଅନ ତରଫରୁ ଦେଶ ତମାମ ସତ୍ୟାଗ୍ରହ ଚାଲିଥିଲା ବେଳେ ରଣପୁର ପଞ୍ଚୁଦୋଳ ପଡ଼ିଆରୁ ଦିନ ୧୨ ଟା ସମୟ ରେ ନିର୍ମାଣ ଶ୍ରମିକ,ପାଚିକା,ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, କୃଷକ ଓ କ୍ଷେତ ମଜଦୁର ମାନଙ୍କ ତରଫରୁ ଏକ ଶୋଭାଯାତ୍ରା ବାହାରି ବଜ଼ାର ପରିକ୍ରମା କରି ରଣପୁର ବ୍ଲକ ସମ୍ମୁଖରେ ପହଞ୍ଚି ଥିଲେ। ସାଥୀ ଦୁଃଶାସନ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସଭାରେ ହରିଶ୍ଚନ୍ଦ୍ର ମିଶ୍ର, ସୁରେଶ ସ୍ବାଇଁ,ନିତ୍ୟାନନ୍ଦ ପରିଡା,ଭିକାରୀ ସାହୁ,ସୁଶୀଲ ମହାନ୍ତି, ଗଦାଧର ପ୍ରଧାନ,ସଂଯୁକ୍ତା ସେଠୀ, ସୁକାନ୍ତି ଜେନା,ଜାମିନି ବେହେରା ପ୍ରମ୍ମୁଖ ବକ୍ତବ୍ୟ ଦେଇ କେନ୍ଦ୍ର ମୋଦୀ ସରକାରଙ୍କ ଆକାଶ ଛୁଆଁ ଦରଦାମ ବୃଦ୍ଧି ଓ ଶ୍ରମିକ-କୃଷକ ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ସରକାର ଗ୍ରହଣ କରିଥିବା ତିନି କଳା କୃଷି ଆଇନ ଓ ଶ୍ରମିକ ବିରୋଧୀ ଚାରି ଶ୍ରମ କୋର୍ଡ ତୁରନ୍ତ ବାତିଲି ସହ ମନରେଗା କାମରେ ବର୍ଷକୁ ୨୦୦ଦିନ କାମ ଓ ଦୈନିକ ମଜୁରୀ ୬୦୦ଟଙ୍କା ଯୋଗାଇ ଦେବା ସହ ମାଗଣା କୋଭିଡ ଟୀକା ତୁରନ୍ତ ଯୋଗାଣ,କୋଭିଡ ସହାୟତା ପାଇଁ ପ୍ରତି ଗରିବ ପରିବାରକୁ ମାସକୁ ୧୦ କେଜି ଚାଉଳ/ଗହମ ଓ ଗରିବ ପରିବାରକୁ ମାସିକ ୭୫୦୦ ଟଙ୍କା ଯୋଗାଇଦେବା ଏବଂ ଆକାଶଛୁଆଁ ଦରଦାମ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ପରିଶେଷରେ ସତ୍ୟାଗ୍ରହି ମାନେ ପୋଲିସ କଡ଼ନ ଭାଙ୍ଗି ଧସେଇ ପସିବାରେ ରଣପୁର ଥାନା ଭାର ପ୍ରାପ୍ତ ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା ତାଙ୍କ ପୋଲିସ ବଳ ଧରି ଗିରଫ କରି ଥିଲେ। ଶତାଧିକ ସତ୍ୟାଗ୍ରହୀଙ୍କୁ ପୋଲିସି ଗିରଫ କରି ପରେ ଛାଡି ଦେଇଥିଲା।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.