କୋଦଳା ,୦୨/୧୧(ପିପିଟି): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପବନ ସାଙ୍ଗକୁ ଲଗାଣ ବର୍ଷା ହୋଇଥିଲା । ଏଥିସହିତ ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ଆଛୁଲି ଗ୍ରାମ ପଞ୍ଚାୟତର ସିଙ୍ଗିବାଟି ଗାଁ ଜଳମଗ୍ନ ହୋଇ କ୍ଷତିଗ୍ରସ୍ତ ହୋଇଥିଲା । ବର୍ତ୍ତମାନ ଧୀରେ ଧୀରେ ସିଙ୍ଗିବାଟି ଗ୍ରାମ ସ୍ଵାଭାବିକ ଅବସ୍ଥାକୁ ଆସୁଛି ।ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ତୁମ୍ବେଶ୍ୱର କାଜୁ ଉନ୍ନୟନ ସଂସ୍ଥା ପକ୍ଷରୁ ସୀଙ୍ଗିବାଟି ଗ୍ରାମରେ ଖାଦ୍ୟ ସାମଗ୍ରୀ ଏବଂ ପାନୀୟ ଜଳ ବଣ୍ଟନ କରାଯାଇଥିଲା । ଏଥିରେ ତୁମ୍ବେଶ୍ୱର କାଜୁ ଉନ୍ନୟନ ସଂସ୍ଥାର ସଭାପତି ରମେଶ କୁମାର ସ୍ବାଇଁ, ସମ୍ପାଦକ ଅସିତ୍ କୁମାର ବେହେରା, ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ଗୌଡ, ଟିଟୁ ସାହୁ,ସଦାଶିବ ମହାନ୍ତି, ସିମାଞ୍ଚଳ ଜେନା, ଦେବେନ୍ଦ୍ର ସାହୁ, ସଂଯୋଜକ କୃଷ୍ଣ ଚନ୍ଦ୍ର ସାହୁ ସମେତ ଅନ୍ୟମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ । ଏଥିରେ ଗ୍ରାମବାସୀମାନେ ସହଯୋଗ କରିଥିଲେ ଏବଂ କାଜୁ ଉନ୍ନୟନ ସଂସ୍ଥାର ଏହି ମହତ୍ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଥିଲେ ।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ