ଲୋକମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରାଇବା ଲକ୍ଷନେଇ ଘର ଘର ତ୍ରିରଙ୍ଗା ଯାତ୍ରା କରାଯାଉଛି :ବିଧାୟକ ହିମାଂଶୁ ।

ଯାଜପୁର ,୧୨/୦୮(ପିପିଟି): ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କବଟବନ୍ଧ, ଜେନାପୁର ମଣ୍ଡଳରେ ବିଜେପି ପକ୍ଷରୁ ଆଜି ଘର ଘର ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ହିମାଂଶୁ ଶେଖର ସାହୁ ଉକ୍ତ ସ୍ଥାନ ଗୁଡିକରେ ଯୋଗଦେଇ ହାତରେ ତ୍ରିରଙ୍ଗା ପତକା ଧରି କର୍ମୀମାନଙ୍କ ସହିତ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ । ଏହି ଅବସରରେ କବାଟବନ୍ଧ ମଣ୍ଡଳର ମର୍ଜିତାପୁର ଠାରେ ଅନୁଷ୍ଠିତ ତ୍ରିରଙ୍ଗା ଯାତ୍ରାରେ ବିଧାୟକ ଶ୍ରୀ ସାହୁ ସାମିଲ ହୋଇ ହଜାର ହଜାର କର୍ମୀଙ୍କ ଗହଣରେ ହାତରେ ତ୍ରିରଙ୍ଗା ପତକା ଧରି ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇ ରାଇଛନ୍ଦା ପର୍ଯ୍ୟନ୍ତ ଚାଲିଚାଲି ଯାଇଥିଲେ । ସେହିପରି ଜେନାପୁର ମଣ୍ଡଳର ସୁକୁଟିଝରସ୍ଥିତ ଧବଳାଇ ପୀଠ ଠାରେ ଅନୁଷ୍ଠିତ ତ୍ରିରଙ୍ଗା ଯାତ୍ରାରେ ବିଧାୟକ ଶ୍ରୀ ସାହୁ ସାମିଲ ହୋଇ ହାତରେ ତ୍ରିରଙ୍ଗା ପତକା ଧରି କର୍ମୀଙ୍କ ଗହଣରେ ଚାଲି ଚାଲି ଚଡେଇଧରା ହାଟ ପଡିଆ ପର୍ଯ୍ୟନ୍ତ ଯାଇଥିଲେ । ପରେ ବିଧାୟକ ଶ୍ରୀ ସାହୁ କୋତପୁର ମଣ୍ଡଳର କୋତପୁର ଠାରେ ଅନୁଷ୍ଠିତ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଯୋଗଦେଇ ହଜାର ହଜାର କର୍ମୀମାନଙ୍କ ଗହଣରେ ହାତରେ ତ୍ରିରଙ୍ଗା ପତକା ଧରି ରମାପୁର ପର୍ଯ୍ୟନ୍ତ ଚାଲିଥିଲେ । ବିଧାୟକଙ୍କ ଏହି ଘର ଘର ତ୍ରିରଙ୍ଗା ଯାତ୍ରାରେ ଜିଲ୍ଲା ବିଜେପି ସଭାପତି ଦେବଯାନୀ ପ୍ରଧାନ,ବ୍ଲକ ଉପାଧ୍ୟକ୍ଷା ବିଶ୍ୱ ବିଜୟିନୀ ମିଶ୍ର,ବିଜେପି ମଣ୍ଡଳ ପ୍ରଭାରୀ ରାଜେଶ କୁମାର ପାଳ,ସଭାପତି ନେତ୍ରାନନ୍ଦ ପାତ୍ର,ମଣ୍ଡଳ ସଭାପତି ଶ୍ରୀବତ୍ସ ଧିର, ମଣ୍ଡଳ ସଭାପତି, ପ୍ରଶାନ୍ତ ନାୟକ, ପ୍ରଭାରୀ ଅଲୋକ ଲେଙ୍କା,ଯୁବ ସଭାପତି ଘନଶ୍ୟାମ ପାତ୍ର, ମଣ୍ଡଳ ଯୁବ ସଭାପତି କପିଳେନ୍ଦ୍ର ବେହେରା, ପ୍ରମୁଖ ଘର ଘର ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ । ଦେଶର ଯଶସ୍ୱୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଦେଶ ସ୍ୱାଧିନ ପାଇଁ ପ୍ରାଣବଳି ଦେଇଥିବା ମହାମାନବ ମାନଙ୍କ ସ୍ମୃତି ଚାରଣ କରିବା ସହିତ ଅଗଷ୍ଟ ୧୫ ରେ ଦେଶ ସ୍ୱାଧିନତା ଦିବସ ପଳନ ଅବ୍ୟବହିତ ପୁର୍ବରୁ ଦେଶ ବ୍ୟାପି ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେଉଛି । ଏହି କ୍ରମରେ ଗତକାଲି ଧର୍ମଶାଳା ନିର୍ବଚନ ମଣ୍ଡଳୀର ୩ ଗୋଟି ମଣ୍ଡଳରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ଧର୍ମଶାଳା ନିର୍ବାଚନ ମଣ୍ଡଳୀର ତିନିଗୋଟି ମଣ୍ଡଳରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦେଶକୁ ସ୍ୱାଧିନତା ଆଣିଦେଇଥିବା ଏବଂ ଦେଶମାତ୍ରୁକା ପାଇଁ ବଳିଦାନ ଦେଇଥିବା ମହାନ ଦେଶପ୍ରେମୀମାନଙ୍କୁ ମନେ ପକାଇବା ସହ ସାଧାରଣ ଲୋକମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରାଇବା ଲକ୍ଷନେଇ ଘର ଘର ତ୍ରିରଙ୍ଗା ଯାତ୍ରା କରାଯାଉଛି ବୋଲି ବିଧାୟକ ଶ୍ରୀ ସାହୁ କହିଛନ୍ତି ।

Comments (0)
Add Comment