ପୋଲସରା ,୨୨/୦୪(ପିପିଟି ):ମହିଳା ମାନଙ୍କ ପାଇଁ ସଂରକ୍ଷଣ ବିଲ୍ କୁ ନେଇ ଏବେ ରାଜନୀତି ଜୋର ଧରିଛି। ଲୋକସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍ କାଟ୍ ଖାଇବାକୁ ବିଭିନ୍ନ ମହିଳା ସଙ୍ଗଠନ ପକ୍ଷରୁ ମହିଳା ଆକ୍ରୋଶ ପଦଯାତ୍ରା ଜରିଆରେ କଂଗ୍ରେସ, ବିଜେଡି ଓ ଅନ୍ୟ ଦଳଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯାଉଥିବା ବେଳେ ଆଜି ପୋଲସରା ବିଜେପି ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚା ପକ୍ଷରୁ ବିଶାଳ ଜନ ଆକ୍ରୋଶ ପଦଯାତ୍ରା କରାଯାଇଛି। ପୋଲସରା ଅବନ୍ତି ନଗର ବିଜେପି କାର୍ଯ୍ୟାଳୟ ଠାରୁ ମହିଳା ଓ ଯୁବ ମୋର୍ଚ୍ଚା ପକ୍ଷରୁ ଏକ ପଦଯାତ୍ରା ବାହାରି କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀ ଓ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ବିରୋଧରେ ଶ୍ଳୋଗାନ ଦେଇ ପଦଯାତ୍ରାରେ ବ୍ଳକ ଛକ ପର୍ଯ୍ୟନ୍ତ ଯାଇ ସେଠାରେ ଉଭୟଙ୍କର କୁଶ ପୁତ୍ତଳିକା ଦାହ କରିଥିଲେ। ଏଥିରେ ବହୁ ସଂଖ୍ୟକ ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚା ର ସଦସ୍ୟ ମାନେ ଏହି ଆକ୍ରୋଶ ପଦଯାତ୍ରାରେ ସାମିଲ ହୋଇଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା