ସୁକନ୍ୟା ସମୃଦ୍ଧି ଯୋଜନା ସଚେତନତା ଶିବିର ଭବିଷ୍ୟତର ଶିକ୍ଷା ଓ ବିବାହ କ୍ଷେତ୍ରରେ ଆର୍ଥିକ ସୁରକ୍ଷା ।

ବ୍ରହ୍ମପୁର,୧୧/୧୧(ପିପିଟି): ବ୍ରହ୍ମପୁର ଉପଖଣ୍ଡ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ତରଫରୁ ସଞ୍ଚୟ ପକ୍ଷ ପାଳନ ହୋଇଯାଇଛି । ଭାରତ ସରକାରଙ୍କ ଦ୍ଵାରା ପ୍ରଚଳିତ ସୁକନ୍ୟା ସମୃଦ୍ଧି ଯୋଜନା ସଂପର୍କରେ ସଚେତନତା ସୃଷ୍ଟି କରିବା ଉକ୍ତ ପକ୍ଷ ପାଳନର ଉଦ୍ଦେଶ୍ୟ । ଏଥି ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ ଯୋଜନାର ଉଦ୍ଦେଶ୍ୟ,ସୁବିଧା ଓ ଗୁରୁତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ସଚେତନ କରିଥିଲେ । ବିଶେଷକରି କନ୍ୟା ସନ୍ତାନଙ୍କ ଭବିଷ୍ୟତ ଶିକ୍ଷା ଓ ବିବାହ ଭଳି ଆବଶ୍ୟକତା ପାଇଁ ଆର୍ଥିକ ସୁରକ୍ଷା ତଥା ସକ୍ଷମତା ନିମନ୍ତେ ଏହି ଯୋଜନାରେ ସଞ୍ଚୟ କରିବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଇଥିଲା । ସୁକନ୍ୟା ସମୃଦ୍ଧି ଯୋଜନା ଏକ ଦୀର୍ଘମିଆଦୀ ସଞ୍ଚୟ ଯୋଜନା ହୋଇଥିବାରୁ ଏହାର ସୁଯୋଗ ନେବାକୁ ସମସ୍ତଙ୍କୁ ଆହ୍ବାନ କରାଯାଇଥିଲା । ଅତିରିକ୍ତ ଜିଲ୍ଲା ଆର୍ଥିକ ସେବା ଏବଂ ସଞ୍ଚୟ ଅଧିକାରୀ ସ୍ୱାଭିମାନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ପୋଷ୍ଟାଲ ଇନ୍ସପେକ୍ଟର ରଘୁନାଥ ମହାନ୍ତି, ବ୍ରାଞ୍ଚ ପୋଷ୍ଟମାଷ୍ଟର ଶାନ୍ତନୁ ମହାପାତ୍ର, ସୁଶ୍ରୀ ପ୍ରଯୁକ୍ତା ଏବଂ ସୁଶ୍ରୀ ସ୍ୱାତୀ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ଯୋଜନା ସଂପର୍କିତ ବିଭିନ୍ନ ବିଷୟରେ ଅବଗତ ହୋଇଥିଲେ ।

Comments (0)
Add Comment