ଝାଡ଼ବନ୍ଧରେ ଅବକାରୀ ଚଢ଼ାଉ, ୩୨ ଲିଟରରୁ ଊର୍ଦ୍ଧ୍ୱ ମଦ ଜବତ ।

ବେଲଗୁଣ୍ଠା ,୧୧/୧୧(ପିପିଟି): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡ଼ବନ୍ଧ ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୩୨ ଲିଟରରୁ ଊର୍ଦ୍ଧ୍ୱ ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡା ଦୀପକ କୁମାର ମିଶ୍ରଙ୍କ ନିର୍ଦେଶ କ୍ରମେ ଆଜି ସନ୍ଧ୍ୟାରେ ହୋଇଥିବା ଏହି ଚଢ଼ାଉରେ ଗ୍ରାମର ବିଦ୍ୟାଧର ବିଷୋୟୀଙ୍କ ହେପାଜତରୁ ୨୦ ଲିଟର ୪୦୦ ମିଲିଲିଟର ଦେଶୀ ମଦ (OS) ଏବଂ ୧୧ ଲିଟର ୯୭୦ ମିଲିଲିଟର ବିଦେଶୀ ମଦ (FL) ଜବତ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ଗାଙ୍ଗପୁର ଥାନାରେ କେସ୍ ନମ୍ବର ୫୪୯/୨୬ ରୁଜୁ କରାଯାଇଛି। ଅଭିଯୁକ୍ତ ବିଦ୍ୟାଧର ବିଷୋୟୀଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି ।ଅଞ୍ଚଳରେ ବେଆଇନ ମଦ କାରବାର ରୋକିବା ଦିଗରେ ଏଭଳି ଚଢ଼ାଉକୁ ସାଧାରଣରେ ପ୍ରଶଂସା କରାଯାଇଛି।

ରିପୋର୍ଟ – ସୁଶାନ୍ତ କୁମାର ବେହେରା

Comments (0)
Add Comment