ବାରାହ ଆକ୍ରମଣରେ ଦୁଇ ଗୁରୁତର ।

ଅନୁଗୋଳ,୧୮/୦୪:କେନ୍ଦୁପତ୍ର ତୋଳିବା ପାଇଁ ଯାଇଥିବା ବେଳେ ବାରାହ କଲା ଆକ୍ରମଣ। ଯାହା ଫଳରେ ଦୁଇ ଗୁରୁତର ହୋଇ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଚିକିତ୍ସିତ ହେଉଛନ୍ତି। ଦୁଇ ଗୁରୁତର ହେଲେ ଦେବଗଡ଼ ଜିଲ୍ଲାର କଣ୍ଢେଇଗୁଳା ଥାନା ଅନ୍ତର୍ଗତ ଜୟନ୍ତୀପାଲ୍ଲି ଗ୍ରାମର ଦୁଷ୍ମନ୍ତ ଭୋଇଙ୍କ ସ୍ତ୍ରୀ ଟୁନି ଭୋଇ (୩୬) ଏବଂ ନାରାୟଣ ମାଝୀଙ୍କ ପୁଅ ମଦନ ମାଝୀ (୪୨) ବୋଲି ଜଣା ପଡିଛି। ସୂଚନା ଯେ, ଆଜି ସକାଳ ୬ ଘଟିକା ବେଳେ ଘର ଠାରୁ ଅଧା କିଲୋ ମିଟର ଦୂରରେ ଥିବା ଜଙ୍ଗଲକୁ କେନ୍ଦୁପତ୍ର ତୋଳିବା ପାଇଁ ଟୁନି ଏବଂ ମଦନଙ୍କ ସହ ଗ୍ରାମରୁ ଆଉ କିଛି ଲୋକ ଯାଇଥିଲେ। ହଠାତ୍ ଏକ ବାରାହ ଆସି ଟୁନି ଏବଂ ମଦନ ଙ୍କୁ ଆକ୍ରମଣ କରି ପଳାଇ ଯାଇଥିଲା । ଯାହା ଫଳରେ ଅନ୍ୟ ଲୋକ ମାନେ ଦୁଇ ଜଣକୁ ଗୁରୁତର ଭାବେ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରାଥମିକ ଚିକିତ୍ସା କରାଇବା ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଟୁନିଙ୍କର ଜଙ୍ଗଲରେ ଗଭୀର ଆଘାତ ଲାଗିଥିବା ବେଳେ ମଦନ ଙ୍କର ଜଙ୍ଗ ଏବଂ ଦୁଇ ହାତରେ ଗଭୀର ଆଘାତ ଲାଗିଛି। ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ କରାଯାଉଥିବା ସୂଚନା ମିଳିଛି।

Comments (0)
Add Comment