୩୦୬ଗର୍ଭବତୀ ମହିଳା ସ୍ଥାନାନ୍ତରିତ,୧୩୫ ଜଣଙ୍କ ସଫଳ ପ୍ରସବ ।

ଛତ୍ରପୁର,୨୩/୦୯(ପିପିଟି): ଗଞ୍ଜାମ ଜିଲ୍ଲାରେ ଗଭୀର ଅବପାତ ଯୋଗୁଁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି ।

ଆଜି ରାତ୍ର ୮ସୁଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ଏବଂ ସହରାଞ୍ଚଳରୁ ୧୧୯୩ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରେ ୪୧୬ଜଣ ପୁରୁଷ, ୫୨୮ ଜଣ ମହିଳା ଓ ୨୫୦ ଜଣ ଶିଶୁ ଅଛନ୍ତି ।

ଗର୍ଭବତୀ ମହିଳାଙ୍କ ସୁରକ୍ଷିତ ପ୍ରସବ ଓ ଆବଶ୍ୟକ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ,
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ରାତ୍ର ୮ ଟା ସୁଦ୍ଧା ୩୦୬ଜଣ ଗର୍ଭବତୀ ମହିଳାଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣ ୨୧ଙ୍କୁ ମା’ ଗୃହକୁ ସ୍ଥାନାନ୍ତର କରାଯାଇଛି । ସ୍ଥାନାନ୍ତରିତ ମହିଳାଙ୍କ ମଧ୍ୟରୁ ୧୩୫ ଜଣଙ୍କ ପ୍ରସବ ହୋଇଥିବାବେଳେ ସମସ୍ତ ୧୩୫ ଟି ଶିଶୁ ଜୀବିତ ଜନ୍ମ ନେଇଛନ୍ତି । ଏପର୍ଯ୍ୟନ୍ତ କୌଣସି ମୃତ ଶିଶୁ ଜନ୍ମ ରିପୋର୍ଟ ହୋଇନାହିଁ ।

ମତ୍ସ୍ୟ ବିଭାଗର ସୂଚନା ଅନୁଯାୟୀ, ଛତ୍ରପୁର, ଗଞ୍ଜାମ, ରଙ୍ଗେଇଲୁଣ୍ଡା ଓ ଚିକିଟି ବ୍ଲକ୍‌ ଅଧୀନ ବିଭିନ୍ନ ମତ୍ସ୍ୟ ଅବତରଣ କେନ୍ଦ୍ରରେ ୧,୫୯୧ଟି ଡଙ୍ଗା ସୁରକ୍ଷିତ ଭାବେ କୂଳରେ ରହିଛି । ସେଥିମଧ୍ୟରୁ ୧,୪୨୨ଟି ମୋଟରଚାଳିତ ଓ ୧୬୯ଟି ଅଣମୋଟରଚାଳିତ ଡଙ୍ଗା। ବର୍ତ୍ତମାନ ସମୁଦ୍ରରେ କୌଣସି ମତ୍ସ୍ୟଜୀବୀ ଡଙ୍ଗା ନଥିବା ବିଭାଗ ପକ୍ଷରୁ ଜଣାପଡ଼ିଛି ।

Comments (0)
Add Comment