ହରଭଙ୍ଗା,୧୩/୧୧(ପିପିଟି): ପେଟ ଚାଖଣ୍ଡଙ୍କ କଥା ଚିନ୍ତା କରୁ କରୁ ସରିଯାଏ ଦିନ ।ଏଭଳି ଏକ ପରିବାରକୁ ମିଳିନି ଆବାସ ଘର ।କାନକୁ ଅଡୁଆ ଲଗୁଥିଲେ ବି ଘଟଣାଟି ସତ ।ସରକାର ଗରିବଙ୍କୁ ଗ୍ରାମୀଣ ଆବାସ ,ଅର୍ନ୍ତଦୋୟ ଯୋଜନାରେ ଘର ଯୋଗାଇବା ବ୍ୟବସ୍ଥା କରିଛନ୍ତି ।ମାତ୍ର ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ ଅର୍ନ୍ତଗତ ଉଆଁଳ ଗ୍ରାମର ସବିତା ନାଏକ ଭଳି ଜଣେ ଅତ୍ୟନ୍ତ ଗରିବ ପରିବାର ଆବାସ ଯୋଜନାରୁ ବଂଚିତ ଥିବା ଜଣାପଡିଛି ।ସବିତାଙ୍କ ପରିବାର କହିଲେ ସ୍ୱାମୀ ଏବଂ ଦୁଇଝିଅ ,ପୁଅକୁ ନେଇ ତାଙ୍କ ସଂସାର ।ସ୍ୱାମୀଙ୍କ ମାନିସକ ଅବସ୍ଥା ଠିକ୍ ନଥିବାରୁ ସବିତାଙ୍କ ଉପରେ ପରିବାର ବୋଝ ।ଏଭଳି ଅବସ୍ଥାରେ ମାଟି ଚାଳଛପର ଘର ଛପର ନକରିପାରି କଳାପଲିଥିନ ଟାଣି ବହୁ କଷ୍ଟରେ ଜୀବନ କାଟୁଛନ୍ତି ।ତୁରନ୍ତ ସବିତାଙ୍କୁ ଆଗ୍ରାଧିକାରରେ ଏକ ପକ୍କାଘର ଯୋଗାଇଦେବାକୁ ସମାଜସେବୀ ପ୍ରମୀଳ କୁମାର ଦନ୍ତା ଦାବୀ କରିଛନ୍ତି ।ତୁରନ୍ତ ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି ।