ସ୍ନାତକୋତ୍ତର ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା।

ପୋଲସରା ,୦୫/୦୫(ପିପିଟି): ଆଜି ମଙ୍ଗଳବାର ଦିନ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ୨୦୨୪ ରୁ ୨୦୨୬ ଶିକ୍ଷା ବର୍ଷର ଅଧ୍ୟୟନ କରିଥିବା ସ୍ନାତକୋତ୍ତର ଉଦ୍ଭିଦ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କୁ ପ୍ରଥମ ବର୍ଷ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ କରାଯାଇଥିଲା।କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଡଃ ଦିଲ୍ଲୀପ କୁମାର ନାୟକ (ଫ୍ଲୋରା କୁଇନ୍) ଉଦ୍ଭିଦ ଜଗତର ରାଣୀ ତୁଳସୀ ବୃକ୍ଷରେ ଜଳ ଅର୍ପଣ କରି ଶୁଭ ଉଦ୍‌ଘାଟନ କରିଥିଲେ। ଏଥିରେ ବିଭାଗ ମୁଖ୍ୟ ଡଃ ରୋଜୀତା ମିଶ୍ର, ଅଧ୍ୟାପିକା ଟୋନିକା ଦଳାଇ, ଅଧ୍ୟାପକ ଦେବାଶିଷ ସ୍ୱାଇଁ, ଡେମୋନଷ୍ଟେଟର ସୁଜ୍ଞାନୀ କୁମାରୀ ସାହୁ ପ୍ରମୁଖ ଯୋଗଦେଇ ଏହି ପାଠ୍ୟକ୍ରମର ଗୁରୁତ୍ୱ ଓ ମହତ୍ତ୍ଵ ସହିତ ଛାତ୍ରଛାତ୍ରୀଙ୍କ ଅନୁଭୂତି ସମ୍ପର୍କରେ ଦିଗଦର୍ଶନ ପ୍ରଦାନ କରିବା ସହ ଉପସ୍ଥିତ ବିଦାୟ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଉଜ୍ଜଳ କାମନା କରିଥିଲେ।

ଏହି ଅବସରରେ ଦ୍ଵିତୀୟ ବାର୍ଷିକ ଓ ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀ ମହାବିଦ୍ୟାଳୟ ଅନୁଭୂତିକୁ ନେଇ ପରସ୍ପର ମଧ୍ୟରେ ଭାବ ଆଦାନ ପ୍ରଦାନ କରିବା ସହ ଶୁଭ ମଙ୍ଗଳ କାମନା କରିଥିଲେ। ଏହି ପ୍ରେରଣାଦାୟୀ କାର୍ଯ୍ୟକ୍ରମକୁ ପ୍ରଥମ ବର୍ଷ ଛାତ୍ରୀ ଉଷାରାଣୀ ପାଣିଗ୍ରାହୀ ସଂଯୋଜନା କରିଥିବା ବେଳେ ସ୍ୱାଗତ ସଙ୍ଗୀତ ଛାତ୍ରୀ ଅମିଷା ଦାଶ ଗାନ କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ଛାତ୍ର ପ୍ରତୀକ ପାତ୍ରଙ୍କ ବଳିଷ୍ଠ ନେତୃତ୍ୱରେ ସମ୍ପାଦିତ ହୋଇଥିବା ବେଳେ ଛାତ୍ର ଆଦିତ୍ୟ କୁମାର ପଣ୍ଡା, ଶିବ ପ୍ରସାଦ ବଡୁ, ଉମାକାନ୍ତ ନାୟକ, ଶିବ ପ୍ରସାଦ ମହାନ୍ତି ଓ ଛାତ୍ରୀ ପ୍ରିୟଙ୍କା ପାଣିଗ୍ରାହୀ, ସୁସ୍ମିତା ସାହୁ ଓ ଲକ୍ଷ୍ମୀ ନାୟକ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଛାତ୍ରୀ ସିଦ୍ଧିସ୍ମିତା ସାହୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment