ସର୍ଚ୍ଚ ଅପରେସନ ବେଳେ ବିପୁଳ ପିମାଣର ମାଓ ସାମଗ୍ରୀ ଓ ଅସ୍ତ୍ର ଶସ୍ତ୍ର ଜବତ ।

ମାଲକାନଗିରି,ତା:୧୬/୦୯(ପିପିଟି):ଗତ ଦୁଇଦିନ ପୂର୍ବେ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅଞ୍ଚଳରୁ ଦୁଇ ହାର୍ଡକୋର ମାଓବାଦୀ ଦୁବାସୀ ଶଙ୍କର ଓ ମହେନ୍ଦ୍ରକୁ କୋରାପୁଟ ପୋଲିସ ଗିରଫ କରିଥିଲା । ତେବେ ଏହି ମାଓବାଦୀ ମାନଙ୍କୁ ଜେରା କରିବା ପରେ କୁମାଖାରୀ ଓ ବଦଲି ପାହାଡରେ ଆନ୍ଧ୍ର ଓଡିଶା ଜୋନାଲ କମିଟିର ମିଲିଟାରୀ ମାଓବାଦୀ ସୁରେଶ ସୁରାନା ଏକ ମାଓକ୍ୟାମ୍ପ କରି ରହିଥିବା କହିଥିଲେ । ଏହାପରେ ମାଲକାନଗିରି ଏସଓଜି, ଡିଭିଏଫ, ବିଏସଏଫ ଜବାନ ମାନେ ସେହି ଅଞ୍ଚଳରେ କୁମ୍ବିଂ ଅପରେସନ କରିବାକୁ ବାହାରିଥିଲେ । କୁମାଖାରୀ ଓ ବଦଲି ପାହାଡରେ କୁମ୍ବିଂ କରୁଥିବା ସମୟରେ ମାଓବାଦୀ ମାନେ ଯବାନମାନଙ୍କୁ ଦେଖି ଗୁଳିଚାଳନା କରିଥିଲେ । ଏହାର ପାଲଟା ଯବାବରେ ଜବାନ ମାନେ ମଧ୍ୟ ଗୁଳିଚାଳନା କରିଥିଲେ । ଯବାନମାନଙ୍କ ସହ ମୁକାବିଲା କରି ନ ପାରି ମାଓବାଦୀ ମାନେ ଘଞ୍ଚ ଜଙ୍ଗଲରେ ଛତ୍ରଭଙ୍ଗ ଦେଇଦ ଚାଲି ଯାଇଥିଲେ । ଗୁଳିବିନିମୟ ପରେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ଗୋଟେ ୩୦୩ ବନ୍ଧୁକ, ଡେଟନେଟର, ମାଓ ବ୍ୟାନର, କିଟ ବେଗ, ୩୦୩ ରେ ବ୍ୟବହୃତ ହେଉଥିବା ଜୀବନ୍ତ ଗୁଳି ସହ ଅନେକ ମାଓ ସାମଗ୍ରୀ ଜବତ କରାଯାଇଛି । ତେବେ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦିଆ ଯାଇଛି । ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ସରକାରଙ୍କ ସମସ୍ତ ପ୍ରକାର ସୁବିଧା ଦିଆଯିବ ବୋଲି ମାଲକାନଗିରି ଏସ୍ ପି ପ୍ରହଲ୍ଲାଦ ସହାଇ ମୀନା ପ୍ରକାଶ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment