ସମ୍ୱଲପୁର ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗୀୟ ମୁଖ୍ୟଙ୍କୁ ଛୁରାମାଡ ।

ବୁର୍ଲା, ୨୯/୧୦ : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆଜି ସକାଳ ସମୟରେ ଜଣେ ଅଧ୍ୟାପକଙ୍କୁ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ତେବେ ଛୁରାମାଡ ହୋଇଥିବା ଅଧ୍ୟାପକ ଜଣକ ହେଲେ ରସାୟନ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ସତ୍ୟ ନାରାୟଣ ସାହୁ। ଆଜି ସକାଳ ୯ଟା ୧୫ ମିନିଟ ସମୟରେ ବିଭାଗୀୟ ମୁଖ୍ୟ ପ୍ରଫେସର ସାହୁ ବିଭାଗ ମଧ୍ୟ କୁ ପ୍ରବେଶ କରୁଥିବା ସମୟରେ କୃପାସିନ୍ଧୁ ବାଗ ନାମକ ଜଣେ ଯୁବକ ତାଙ୍କ ରାସ୍ତା ଓଗାଳିବା ସହିତ ହଠାତ ପକେଟ୍ ରୁ ଏକ ଧାରୁଆ ଅସ୍ତ୍ରରେ ପ୍ରଫେସର ସାହୁଙ୍କ ଛାତିରେ ଆକ୍ରମଣ କରିଥିଲା। ପ୍ରଫେସର ସାହୁ ଦୁବୃର୍ତ୍ତ ଆକ୍ରମଣରୁ ବର୍ତ୍ତିବା ପାଇଁ ଚେଷ୍ଟା କରିଥିଲେ। ଫଳରେ ତାଙ୍କର ଛାତିରେ ସାଧାରଣ ଆଘାତ ଲାଗିଥିଲା। ପରେ ଛାତିରେ ଆକ୍ରମଣ କରି ନ ପାରିବାରୁ ସେ ପ୍ରଫେସର ସାହୁଙ୍କ ପେଟରେ ଆଘାତ କରିଥିଲା। ଫଳରେ ତାଙ୍କର ପ୍ରଚୁର ରକ୍ତସ୍ରାବ ହୋଇଥିଲା। ପ୍ରଫେସର ସାହୁ ରକ୍ତାକ୍ତ ଅବସ୍ଥାରେ ପାଟି କରିବାରୁ ନିକଟରେ ରହିଥିବା କିଛି ଛାତ୍ର ଦୌଡି ଆସିଥିଲେ। ଫଳରେ ଆକ୍ରମଣ କାରି ଯୁବକ ସେଠାରୁ ଫେରାର ମାରିଥିଲା। ଏହାପରେ ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲ ଆଣି ଚିକିତ୍ସା କରାଯାଇଥିବା ବେଳେ ଆକ୍ରମଣକାରୀ ଯୁବକ କୃପାସିନ୍ଧୁ କୁ ପୁଲିସ ଗିରଫ କରିଥିବା ସୂଚନା ହସ୍ତଗତ ହୋଇଛି। ତେବେ ସେ ଏହି ବିଭାଗରେ ପୂର୍ବତନ ଦିନ ମଜୁରିଆ ଭାବରେ କାମ କରିଥିଲା ଏବଂ ବିଶୃଙ୍ଖଳା ପ୍ରଦର୍ଶନ ଯୋଗୁଁ ତାକୁ କାମରୁ ଛଟେଇ କରିଦିଆଯାଇଥିଲା। ଏହାର ପ୍ରତିଶୋଧ ନେବା ପାଇଁ ସେ ପ୍ରଫେସର ସାହୁଙ୍କୁ ଛୁରାମାଡ କରିଥିବା ସୂଚନା ହସ୍ତଗତ ହୋଇଛି। ତେବେ ଏହି ଘଟଣା ସମ୍ୱଲପୁର ବିଶ୍ୱବିଦ୍ୟାଳୟ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇବା ସହିତ ଅଧ୍ୟାପକ ମାନଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ଅଶାନ୍ତି ଦେଖାଦେବା ସହିତ ସେମାନେ ତାଙ୍କର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

Comments (0)
Add Comment