ସଂଗ୍ରାମୀ ଓ ଶହୀଦ ପରିବାର ପକ୍ଷରୁ ଶହୀଦ ଦିବସ ବର୍ଜନ ଚେତାବନୀ ।

ବାସୁଦେବପୁର,୧୬/୦୯ : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ରକ୍ତତୀର୍ଥ ଗରମ ଶହୀଦ ସ୍ମୃତି ଭବନରେ ହରେକୃଷ୍ଣ ପଲାଇଙ୍କ ସଭାପତିତ୍ବରେ ସ୍ବାଧୀନତା ସଂଗ୍ରାମୀ ଓ ଶହୀଦ ପରିବାର ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାଞ୍ଚ ଗୋଟି ଦାବୀ କରିଥିଲେ । ସଂଗ୍ରାମୀ ଓ ଶହୀଦ ପରିବାରକୁ ପରିବାର କୁ ପରିଚୟପତ୍ର ପ୍ରଦାନ,୨୦୨୪ମସିହାରେ ଘୋଷଣା କରାଯାଇଥିବା କୁଟୁମ୍ବ ଭତ୍ତା ପ୍ରଦାନ, ଶିକ୍ଷାର ସୁବିଧା, ସରକାରୀ ଚାକିରୀ କ୍ଷେତ୍ରରେ ସୁବିଧା ଓ ସ୍ବତନ୍ତ୍ର ସ୍ବାସ୍ଥ୍ୟ ସେବାର ସୁବିଧା କୂ ନେଇ ଦାବୀ ପୁରଣ ନହେଲେ ସେପ୍ଟେମ୍ବର ଅଠେଇଶ ତାରିଖରେ ଆୟୋଜିତ ଶହୀଦ ଦିବସ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସଂଗ୍ରାମୀ ଓ ଶହୀଦ ପରିବାରମାନଙ୍କୁ ନେଇ ସାମ୍ବାଦିକ ସମ୍ମିଳନୀରେ ଶତାୟୁ ପୁରୁଷ ବ୍ରଜକିଶୋର ରାଉତ, ଲୋପାମୁଦ୍ରା ନାୟକ, ଦୟାନିଧି ବେହେରା ଅକ୍ଷୟ ବାରିକ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ସଂଯୋଜକ ସୁଶାନ୍ତ କୁମାର ରାଉତ ଓ ଆବାହକ ଦୟାନିଧି ବେହେରା ସଭା ପରିଚାଳନାରେ ସହଯୋଗ କରିଥିବା ବେଳେ କବି ରଞ୍ଜନ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ ।

Comments (0)
Add Comment