ବିଜେଡିର କର୍ମକର୍ତ୍ତାଙ୍କ ସ୍ୱାଭିମାନ ଅଞ୍ଚଳ ଗସ୍ତ, ଆନ୍ଧ୍ରର ନିଜର ମାଲକାନଗିରିର ସୀମାନ୍ତ ଗ୍ରାମରେ ।

ମାଲକାନଗିରି,୦୨/୧୧(ପିପିଟି): ମାଲକାନଗିରି ଜିଲ୍ଲାର ସୀମାନ୍ତରେ ଥିବା ସ୍ବାଭିମାନ ଅଞ୍ଚଳର କିଛି ଗ୍ରାମ ଦୀର୍ଘ ଦିନର ଅବହେଳା ସୁଯୋଗ ନେଇ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ସରକାର ନଜରେ ରହିଛି। କିଛି ଗ୍ରାମ ଆନ୍ଧ୍ର ସରକାରଙ୍କ ସୁବିଧା ସୁଯୋଗ ପାଉନଥିବାରୁ ବର୍ତ୍ତମାନ ସେମାନେ ଆନ୍ଧ୍ରରେ ମିଶିବାକୁ ମସୁଧା କରିଥିବା ବେଳେ ଆଜି ମାଲକାନଗିରି ବିଜେଡିର ସ୍ଥାନୀୟ
ନେତା ଓ କର୍ମକର୍ତ୍ତାମାନେ ଘଟଣା ସ୍ଥଳରେ ପହଞ୍ଚି ଗାଁ ଲୋକଙ୍କୁ
ବୁଝା ସୁଝା କରିଥିବା ଜଣାପଡିଛି।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଚିତ୍ରକୋଣ୍ଡା ବ୍ଲକର ଧୂଳିପୁଟ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଝୁମ୍ ଡାଙ୍ଗ ,ବାଙ୍ଗୁରସୁଧା ଏବଂ ସୁଆ ପାଲ୍ଲୀ ଗ୍ରାମରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଏକ ସ୍ୱତନ୍ତ୍ର ଟିମ୍ ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କ ନେତୃତ୍ୱରେ ଜିଲ୍ଲା ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ବିଜେଡି ପ୍ରତିନିଧି ଦଳ , ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ , ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ ଏବଂ କୋରୁକୋଣ୍ଡା ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡ଼ି ଓଡିଶାର ଆନ୍ଧ୍ର ସୀମାନ୍ତ ଗ୍ରାମ ଝୁମ୍ ଡାଙ୍ଗ ଗ୍ରାମରେ ପହଞ୍ଚି ସ୍ଥାନୀୟ ଜନ ସାଧାରଣଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଓଡିଶାର ଆନ୍ଧ୍ର ସୀମାନ୍ତ ଗ୍ରାମ ଝୁମ୍ ଡାଙ୍ଗ ,ବାଙ୍ଗୁରସୁଧା ଏବଂ ସୁଆ ପାଲ୍ଲୀ ଗ୍ରାମର ଲୋକମାନେ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନରେ ଭୋଟ ଦେଇ ସମର୍ଥନ କରିବା କଥା ଶୁଣି ବିଜୁ ଜନତା ଦଳ ସେମାନଙ୍କ ପାଖରେ ପହଞ୍ଚି ଥିଲେ । ଅତୀତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଅଞ୍ଚଳର ବିକାଶ କରିଥିଲେ ,ସମସ୍ତ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେଇ ଥିଲେ ,ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆ ଯାଇଥିଲା କିନ୍ତୁ ବର୍ତ୍ତମାନ ଏ ଡବଲ ଇଞ୍ଜିନ ସରକାର ଅଢେଇ ବର୍ଷ ଭିତରେ କୌଣସି ବିକାଶ ମୂଳକ କାର୍ଯ୍ୟ କରି ନାହିଁ। ବର୍ତ୍ତମାନ ଏହି ଅଞ୍ଚଳର କଂଗ୍ରେସର ବିଧାୟକ ମଙ୍ଗୁ ଖିଲ ଏବଂ ଭାରତୀୟ ଜନତା ପାର୍ଟି ଡବଲ ଇଞ୍ଜିନ୍ ର ସାଂସଦ ବଳଭଦ୍ର ମାଝୀ ଏ ଅଞ୍ଚଳର କୌଣସି ସମସ୍ୟା ସମ୍ପର୍କରେ ପାର୍ଲାମେଣ୍ଟ କିମ୍ବା ବିଧାନସଭାରେ ଉପସ୍ଥାପନ କରିନାହାନ୍ତି । ଏଥିପାଇଁ ଏ ଅଞ୍ଚଳର ଜନ ସାଧାରଣ ବର୍ତ୍ତମାନ କଂଗ୍ରେସ ଓ ବିଜେପିକୁ ଆଉ ଭରସା କରି ପାରୁ ନାହାନ୍ତି ବୋଲି ପ୍ରକାଶ କରିଥିଲେ। କାରଣ ଏହି ଗ୍ରାମରେ ପାନୀୟ ଜଳର ଉତ୍କଟ ଅଭାବ, ଆଭାସ ଯୋଜନା ମିଳୁନହିଁ, ଜଙ୍ଗଲ ଜମି ପଟ୍ଟା ,ଘରବାରି ପଟ୍ଟା ମିଳୁ ନାହିଁ , ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ଟଙ୍କା ମିଳୁନାହିଁ ,ସୁଭଦ୍ରା ଯୋଜନା ମା’ମାନଙ୍କୁ ମିଳୁ ନାହିଁ , ୩୦୦ ୟୁନିଟ୍ ବିଜୁଳି ମାଗଣା ଦେବୁ କହି ବିଜେପି ଭୋଟ ହାତେଇଥିବା ବେଳେ ଜନସାଧାରଣଙ୍କୁ ପ୍ରତାରଣା କରିଛି । ବିଧାୟକ ଓ ସାଂସଦ ଉପରେ ସ୍ଥାନୀୟ ଲୋକମାନଙ୍କ ଆଶା ଭରସା ତୁଟି ଯାଇଛି । ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ଏହି ସବୁ ଗ୍ରାମ କୁ ଆସି ଦେଖିବାକୁ ପାଉଛନ୍ତି ଯେ ପ୍ରତ୍ୟେକ ପରିବାରରେ ଦୁଇ ଦୁଇଟା କାର୍ଡ ରହିଛି। ଯଥା: ରାସନ୍ କାର୍ଡ ଡବଲ୍ , ଜବ୍ କାର୍ଡ ଡବଲ୍ ରହିଛି । ଗୋଟିଏ ଓଡ଼ିଶାର ଓ ଅନ୍ୟ ଟି ଆନ୍ଧ୍ର ପ୍ରଦେଶର। ଏ ଅଞ୍ଚଳର ଲୋକ ଆନ୍ଧ୍ରରେ ଯେଉଁ ସୁବିଧା ପାଉଛନ୍ତି ମେଡିକାଲ ହେଉ କି ଅନ୍ୟାନ୍ୟ ସୁବିଧା ପାଉଛନ୍ତି , ସେଥି ପାଇଁ ଏମାନେ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ ରେ ଭୋଟ୍ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ବିଜୁ ଜନତା ଦଳର କର୍ମକର୍ତ୍ତା ବୁଝାଇଲା ପରେ ଏ ଅଞ୍ଚଳର ଗ୍ରାମବାସୀ କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ହିଁ ଆମ ଦୁଃଖ ବୁଝୁଥିଲେ । ବର୍ତ୍ତମାନ ଡବଲ ଇଞ୍ଜିନ ସରକାର ଆମ କଥା ବୁଝୁ ନାହାନ୍ତି ବୋଲି ଅନୁତାପ କରିଥିଲେ। ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ବିଧାୟକ ମାଲକାନଗିରି ,ଜିଲ୍ଲା ପରିଷଦ ଅଧ୍ୟକ୍ଷା , ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା ,ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ଙ୍କ ଉପରେ ଆସ୍ଥା ପ୍ରକଟ କରି ଆଜି ଆମ୍ଭେ ପୁଣି ଓଡ଼ିଶାର ନବୀନ ପଟ୍ଟନାୟକ ଙ୍କ ଉପରେ ଆସ୍ଥା ପ୍ରକଟ କରି ଓଡିଶା ସହିତ ରହିବୁ ବୋଲି ୱାର୍ଡ ମେମ୍ବର ସୀତାମା ହନ୍ତାଳ , ନାକା ରାଜୁ ଖିଲ ,କାଳିଆ ହନ୍ତାଳ ,ମାଲେଶ ରାଓ ହନ୍ତାଳ ,ଜାନବାବ ହନ୍ତାଳ ,ଡମୁ ଖିଲ , ସାରିୟା ଗୋଲରୀ ,ଶିବାଜୀ ହନ୍ତାଳ ,ଭେଙ୍କେଟ ରାଓ ହନ୍ତାଳ ,ସାମସନ ହନ୍ତାଳ ,ବାବୁ ରାଓ ହନ୍ତାଳ ,ଚିନା ରାଓ ଖିଲ ,ଅଟେଶ୍ ରାଓ ହନ୍ତାଳ ,କେଶବ ରାଓ ଗୋଲରି ,ମାନିଙ୍ଗା ହନ୍ତାଳ ପ୍ରମୁଖ ପ୍ରତିଶ୍ରୁତି ଦେଇଛନ୍ତି । ଝୁମ୍ ଡାଙ୍ଗ ଗ୍ରାମ ,ବାଙ୍ଗୁରସୁଧା ଗ୍ରାମ ଏବଂ ସୁଆ ପାଲ୍ଲୀ ଗ୍ରାମର ଏହି ପଦକ୍ଷେପକୁ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ନିଶ୍ଚିତ ଭାବେ ଜିଲ୍ଲାପାଳ ଏବଂ ଚିତ୍ରକୋଣ୍ଡା ବ୍ଲକ ଉନ୍ନୟନ ଅଧିକାରୀ ଓ ଚିତ୍ରକୋଣ୍ଡା ତହସିଲଦାରଙ୍କ ସହ ଆଲୋଚନା କରି ଧୂଳିପୁଟ ଗ୍ରାମ ପଞ୍ଚାୟତ ଓ ପାପେର ମେଟଲା ଗ୍ରାମ ପଞ୍ଚାୟତର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଓଡ଼ିଶା ରାଜ୍ୟ ମାଲକାନଗିରି ଜିଲ୍ଲା ର ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ସୀମାନ୍ତ ସମସ୍ତ ଗ୍ରାମ ମାନଙ୍କୁ ଆଦର୍ଶ ଗ୍ରାମ କରିବା ପାଇଁ ଉନ୍ନତି ମୂଳକ ପଦକ୍ଷେପ ନିଅନ୍ତୁ ନଚେତ ଆଗାମୀ ଦିନରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଡବଲ ଇଞ୍ଜିନ ରାଜ୍ୟ ସରକାର ବିରୁଦ୍ଧରେ ବିଜୁ ଜନତା ଦଳ ତରଫରୁ ଲଢେ଼ଇ କରିବୁ ଓ ତା ସହିତ ସୀମାନ୍ତ ଗ୍ରାମ ଗୁଡିକ ଆଦର୍ଶ ଗ୍ରାମ ରେ ନ ପରିଣତ କରିବା ଯାଏ ଏ ଲଢେ଼ଇ ଜାରି ରହିବ ବୋଲି ସଭାପତି ମାନସ ମାଡକାମୀ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ବିଜୁ ଜନତା ଦଳର ଏହି ସ୍ୱତନ୍ତ୍ର ଟିମ୍ ମଧ୍ୟରେ ସଂଖ୍ୟାଲଘୁ ସେଲ୍ ଜିଲ୍ଲା ସଭାପତି ରାଜେନ୍ଦ୍ର ଖସଲା , ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ପାଣିଗ୍ରାହୀ ,ବିଜେଡି ଜିଲ୍ଲା ସମ୍ପାଦକ ସଦାନନ୍ଦ ଖରା ,ଚିତ୍ରକୋଣ୍ଡା ବ୍ଲକ ସଭାପତି ରାମଚନ୍ଦ୍ର ଗୋଲରି,ଚିତ୍ରକୋଣ୍ଡା ବ୍ଲକ ସାଧାରଣ ସମ୍ପାଦକ ତପନ ସାହା ପ୍ରମୁଖଙ୍କ ସହ ବିଜେଡିର ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment