‘ରକ୍ତତୀର୍ଥ’ର ଲୋକାର୍ପଣ ।

ବ୍ରହ୍ମପୁର,୨୨/୧୧(ପିପିଟି): ସହିଦ ମାଟି ତାକରଡ଼ାର ବୀର ସହିଦମାନଙ୍କ ସମ୍ମାନାର୍ଥେ ଆଜି ଟପନ୍ୟାସିକା ସୁଜାତା ମହାପାତ୍ରଙ୍କ ସଦ୍ୟତମ ଉପନ୍ୟାସ ‘ରକ୍ତତୀର୍ଥ’ ଲୋକାର୍ପଣ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ତଥା ସମଦୃଷ୍ଟିର ସମ୍ପାଦକ ବିଘ୍ନେଶ୍ୱର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଗୋବିନ୍ଦ ପ୍ରଧାନ ସ୍ମୃତି ନ୍ୟାସର ସଭାପତି ଡ ସମୀର ପ୍ରଧାନ ସଭାପତିତ୍ୱ କରିଥିଲେ । ଏକ ପାରମ୍ପରିକ ପରିବେଶରେ ଧାନମେଣ୍ଟାରେ ସଜ୍ଜିତ ପୁସ୍ତକ ରକ୍ତତୀର୍ଥକୁ ଲୋକାର୍ପଣ କରିଥିଲେ ମୁଖ୍ୟ ଅତିଥି ଡ ଅଜୟ ସ୍ୱାଇଁ, ସମୀକ୍ଷିକା ଡ. ଉଷାରାଣୀ ରଥ, ପ୍ରକାଶକ ଦେବାଶୀଷ ସାମନ୍ତରାୟ,ଳେଖିକା ସୁଜାତା ମହାପାତ୍ର, ଅନନ୍ତକୁମାର କର (କୌଣ୍ଡିନ୍ୟ), ପ୍ରଫେସର ବିଷ୍ଣୁ ଚୌଧୁରୀ ଏବଂ ପ୍ରଧାନ ପରିବାରର ବଡ଼ ବୋହୂ ନିରୁପମା ପ୍ରଧାନ ଓ ଜିଲ୍ଳା ପରିଷଦ ସଦସ୍ୟା ନିବେଦିତା ପ୍ରଧାନ ।

ପ୍ରଥମେ ତାକରଡ଼ାରୁ ଆସିଥିବା ସହିଦ ଜ୍ୟୋତିକୁ ମଣ୍ଡପରେ ସ୍ୱାଗତ କରାଯିବା ପରେ ତାକରଡ଼ା ମାଟିର ସନ୍ତାନ ତଥା ମଇ ୨୪, ୧୯୪୮ ମସିହା ଘଟଣାର ମହାନାୟକ ଗୋବିନ୍ଦ ପ୍ରଧାନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଉପନ୍ୟାସିକା ଶ୍ରୀମତୀ ମହାପାତ୍ର ରକ୍ତତୀର୍ଥ ଘଟଣାର ଅଦ୍ୟାବଧି ବଞ୍ଚିଥିବା ମୂକସାକ୍ଷୀ ତଥା ବିଭିନ୍ନ ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ପୁସ୍ତକଟିକୁ ଉତ୍ସର୍ଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନ, ପୂର୍ବତନ ବିଧାୟିକା ଲତିକା ପ୍ରଧାନ, ପ୍ରଫେସର ବିପିନ ନାୟକ ପ୍ରମୁଖ ୬ଜଣ ସହିଦ ପରିବାରର ଦାୟାଦ ଏବଂ ଚାରି ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ସଂଯୋଜକ ବିଘ୍ନେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment