ବିଧାୟକ ହାତ ପାଣ୍ଠି ଆତ୍ମସାତ; ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ଦୁର୍ନୀତି ।

କବିସୂର୍ଯ୍ୟନଗର,୨୧/୧୧(ପିପିଟି): ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବ୍ଲକର ବାଲ୍ୟାସରା ପଞ୍ଚାୟତ ଅନ୍ତର୍ଗତ ସାନ ଚଢିଆପଡା ଗାଁରେ ବିଧାୟକ ହାତ ପାଣ୍ଠିରେ ଓଡ୍ରା କାଳିଞ୍ଜି ସମାଜ ଗୃହ ୨ ଲକ୍ଷ ଟଙ୍କା ଓ ଠାକୁରାଣୀ ମନ୍ଦିର ଉନ୍ନତିକରଣ ପାଇଁ ୩ ଟଙ୍କା କର୍ଯ୍ୟରେ ଅର୍ଥ ଆତ୍ମସାତ ହୋଇଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି । ସେହିଭଳି ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଠାକୁରାଣୀ ମନ୍ଦିର ରାସ୍ତା କାର୍ଯ୍ୟ ଅଟକଳ ମୂଲ୍ୟ ୪,୦୮,୮୪୩ ଟଙ୍କା କିନ୍ତୁ ଏଷ୍ଟିମେଟ ଅନୁଯାଇ କାର୍ଯ୍ୟ ହୋଇ ନାହିଁ । ଏହି କାର୍ଯ୍ୟ ସଂପାଦନ କରିଥିବା ଜନୈକ ଯନ୍ତ୍ରୀ ପୂର୍ବରୁ ଭିଜିଲାନ୍ସ କେସରେ ଜେଲ ଯାଇ ଜାମିନରେ ଆସିଛନ୍ତି । ଦୁର୍ନୀତିର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସାମାଜିକ କର୍ମୀ ତଥା ସାମ୍ବାଦିକ ସମରଜିତ୍ ମହାନ୍ତି ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ପଞ୍ଚାୟତିରାଜ, ଜିଲ୍ଲାପାଳ,ଜିଲ୍ଲା ପରିଷଦ ଓ ଭିଜିଲାନ୍ସ ବିଭାଗକୁ ଅବଗତ କରାଇଛନ୍ତି ।

Comments (0)
Add Comment