ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ, ଓଡ଼ିଶା ଚିକିତ୍ସା ଜଗତରେ ଅପୂରଣୀୟ କ୍ଷତି ।

ଭୁବନେଶ୍ୱର,୦୨/୧୧(ପିପିଟି):ଆଉ ନାହାନ୍ତି ଓଡ଼ିଶା ଚିକିତ୍ସା ଜଗତର ଧ୍ରୁବତାରା । ଆରପାରିକୁ ଚାଲିଗଲେ ଜଗା ବଳିଆକୁ ଚିକିତ୍ସା କରିଥିବା ଡାକ୍ତର । ଆଉ ଶୁଣିବାକୁ ମିଳିବନି ସେ ନମ୍ର ସ୍ବର, ସେ ନମ୍ର ବ୍ୟବହାର, ସେ ପରିବାର ଲୋକ ଭଳି ସ୍ନେହ । ଚାଲିଗଲେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର । ବିଶିଷ୍ଟ ଡାକ୍ତର, ପଦ୍ମଶ୍ରୀ ସମ୍ମାନିତ ତଥା ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ ଘଟିଛି । ୭୪ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବରିଷ୍ଠ ଚିକିତ୍ସକ । ତାଙ୍କ ବିୟୋଗରେ ରାଜ୍ୟ ଜଣେ ଅଭିଜ୍ଞ ଚିକିତ୍ସକ, ଦକ୍ଷ ବ୍ୟକ୍ତିତ୍ବ ଏବଂ ଚିକିତ୍ସା ସେବାକୁ ଜୀବନର ମୂଳମନ୍ତ୍ର କରିଥିବା ଜଣେ ମହାନ ବ୍ୟକ୍ତିତ୍ୱଙ୍କୁ ହରାଇଛି।

ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ ଡାକ୍ତର ଅଶୋକ ମହାପାତ୍ରଙ୍କ ନାଁ ରାଜ୍ୟର ସ୍ୱାସ୍ଥ୍ୟସେବା ଇତିହାସରେ ସ୍ମରଣୀୟ ହୋଇ ରହିବ।

Comments (0)
Add Comment