ମାଲକାନଗିରି,୦୫/୦୫(ପିପିଟି):ମାଲକାନଗିରି ବ୍ଲକ ଅନ୍ତର୍ଗତ ଶିଖପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ ଏକ ସଚେତନତା ଓ ପଞ୍ଜିକରଣ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଏବଂ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡର ମିଳିତ ପ୍ରୟାସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଟ ୧୧୦ ଜଣ ହିତାଧିକାରୀ ଯୋଗ ଦେଇଥିଲେ।ଏହି ଶିବିରରେ ୬୮ ଜଣ ଶ୍ରମିକଙ୍କର ଅନଲାଇନ୍ ସ୍ପଟ୍ ପଞ୍ଜିକରଣ କରାଯାଇଥିବା ବେଳେ ୩୯ ଜଣଙ୍କର ନବୀକରଣ ଏବଂ ୩୧ ଜଣଙ୍କର ପୁନଃ ପଞ୍ଜିକରଣ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ, ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ସି.ଏସ.ସି କର୍ମଚାରୀ ଓ ଡାଟା ଏଣ୍ଟ୍ରି ଅପରେଟରମାନେ ଉପସ୍ଥିତ ରହି ଶ୍ରମିକମାନଙ୍କୁ ସକ୍ରିୟ ସହଯୋଗ କରିଥିଲେ। ଏହିଭଳି ଶିବିର ଦ୍ୱାରା ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ସହଜରେ ସାମିଲ ହୋଇପାରିବେ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି।
ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ