ଶେଷ ସୋମବାର, ଦଣ୍ଡିଶ୍ୱର ମନ୍ଦିରରେ ତିରିଶ ହଜାର ଭକ୍ତ ସମାବେଶ ।

କୋଦଳା,୨୩/୧୧(ପିପିଟି): ଆଜି ଥିଲା ଧର୍ମର ମାସ କାର୍ତ୍ତିକର ପଞ୍ଚମ ବା ଶେଷ ସୋମବାର । ବାବାଙ୍କ ଦର୍ଶନ ପାଇଁ ପ୍ରତ୍ୟୁଷ ରୂ ଲାଗିଥିଲା ଭକ୍ତ ଙ୍କ ଲମ୍ବା ଲାଇନ । ମହାଦେବ ଙ୍କ ମଙ୍ଗଳ ଆଳତୀ ପରେ ଭିଡ଼ ଆହୁରି ବଢିଥିଲା,ମଧ୍ୟାନ୍ନ ଭୋଗ ପର୍ଯ୍ୟନ୍ତ ଗହଳି ବଳବତ୍ତର ଥିବା ବେଳେ ମହାଦେବ ଙ୍କ ପହଡ଼ ନିତି ସମାପନ ହୋଇଥିଲା, ଅପରାହ୍ନ ରେ ମହାଦେବ ଙ୍କ ବେଢା ପରିକ୍ରମା ଓ ସନ୍ଧ୍ୟା ଆଳତୀ ପରେ ଗହଳି କମିଥିଲା, ଭକ୍ତଙ୍କ ଆକର୍ଷଣ ପାଇଁ ବିଭିନ୍ନ ପ୍ରକାର ଅସ୍ଥାୟୀ ଦୋକାନ ବଜାର ଖୋଲା ଯାଇଥିବା ବେଳେ ଛୋଟ ଛୁଆଙ୍କ ପାଇଁ କାର୍ଟୁନ ଖେଳ ଶୋଭା ପାଉଥିଲା । ମନ୍ଦିର ପରିଚାଳନା କମିଟି ସଭାପତି ସୂର୍ଯ୍ୟ ନାରାୟଣ ବଡୁଙ୍କ ଉପସ୍ଥିତି ରେ ମନ୍ଦିର ନୀତିକାନ୍ତି ସୁଚାରୁ ରୂପେ ପାଳନ କରାଯାଇଥିବା ବେଳେ, ଭିଡ଼ ନିୟନ୍ତ୍ରଣ ପାଇଁ କୋଦଳା ନୋଡାଲ ଉଚ୍ଚ ବିଦ୍ୟାଳୟ ର ସ୍କାଉଟ ଓ ଏନସିସି ଛାତ୍ର ଛାତ୍ରୀ ମୃତୟନ ଥିଲେ । ସମସ୍ତ ସୋମବାର ଭଳି ଆଜି ବି କୋଦଳା ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷ୍ୟା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସମସ୍ତ ଭକ୍ତଙ୍କ ପାଇଁ ସମାଜସେବୀ କୈଳାଶ ନାହାକ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରିଥିଲେ । ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ଵ ଭକ୍ତଙ୍କ ଗହଳି ଦେଖାଦେଇଥିଲା । ମନ୍ଦିର ପରିଚାଳନା କମିଟି ସମ୍ପାଦକ ଭାଗିରଥି ନାୟକଙ୍କ ସମେତ ପିତାମ୍ବର ନାୟକ,ମଙ୍ଗୁଳୁ ନାୟକ, ଯଜ୍ଞ ମହାପାତ୍ର, ବାବିନା ମହାପାତ୍ର, ରାଜ ମହାପାତ୍ର,କାଳିଆ ମହାପାତ୍ର, ବଳରାମ ନାୟକ, ଲିଟୁ ମହାପାତ୍ର ପ୍ରମୁଖ ସମସ୍ତ କାର୍ଯ୍ୟ କୁ ସୁଚାରୁ ରୂପେ ତୁଲାଇଥିଲେ ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment