ବ୍ରହ୍ମପୁର,୨୩/୧୧(ପିପିଟି): ଅକ୍ସଫୋର୍ଡ କଲେଜ ଠାରେ ବିଶ୍ବ ହିନ୍ଦୁ ପରିଷଦ, ଓଡ଼ିଶା (ପୂର୍ବ) ପକ୍ଷରୁ “ହିତ ଚିନ୍ତକ ଅଭିଯାନ-୨୦୨୬”ର ଉଦ୍ଘାଟନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ଉମାଶଙ୍କର ପାତ୍ର,ଆଚାର୍ଯ୍ୟ, ଅରୁଣ ପ୍ରସାଦ ପାଢ଼ୀ, ଇଂଜିନିୟର ଅଶୋକ କୁମାର ପାଳ, ଉମା ଶଙ୍କର ପାତ୍ର ଓ ରମା କାନ୍ତ ରଥ, ଜି.ଶ୍ରୀନିବାସ ଆଚାରୀ,ଡ.ରବିନାରାୟଣ ବେହେରା ଓ ସୂର୍ଯ୍ୟନାରାୟଣ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ନିଜର ମୂଲ୍ୟବାନ ବକ୍ତବ୍ୟ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଗଞ୍ଜାମ ଜିଲ୍ଲାର ବହୁ କାର୍ଯ୍ୟକର୍ତ୍ତା ଓ ହିତଚିନ୍ତକମାନେ ମଧ୍ୟ ଉପସ୍ଥିତ ଥିଲେ । ବକ୍ତାମାନେ ନିଜ ନିଜ ବକ୍ତବ୍ୟରେ ଏହି ଅଭିଯାନର ଉଦ୍ଦେଶ୍ୟ,ଗୁରୁତ୍ବ ଓ ଆଗାମୀ ତିନି ବର୍ଷ ଧରି ଏହାକୁ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ କରିବା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରତ୍ୟେକ ହିନ୍ଦୁ ପରିବାର ଓ ସମାଜର ଲୋକମାନଙ୍କୁ ଏହି ଅଭିଯାନ ସହ ଯୋଡ଼ି ହେବାକୁ ଆହ୍ବାନ ଦିଆଯାଇଥିଲା । ଏହି ଅଭିଯାନରେ ୨୦ ଟଙ୍କାର କୁପନ୍ ମାଧ୍ୟମରେ ସଦସ୍ୟତା/ସଂଯୋଗ କରାଯିବା ସହିତ ଅନ୍ଲାଇନ୍ରେ ଭି ଏଚ ପି କନେକ୍ଟ ମାଧ୍ୟମରେ ମଧ୍ୟ ଯୋଡ଼ିବାର ବ୍ୟବସ୍ଥା ରହିଛି । ଏହି କାର୍ଯ୍ୟକ୍ରମରେ ୨୦୧ ଜଣ ଅନ୍ଲାଇନ୍ରେ ଯୋଡ଼ିଥିବାବେଳେ କୁପନ୍ ମାଧ୍ୟମରେ ପ୍ରାୟ ୫୦୦ ଜଣ ଯୋଡ଼ି ହୋଇଥିବା ସୂଚନା ଦିଆଯାଇଥିଲା ।
ସମାଜର ସାଂସ୍କୃତିକ ପରିଚୟ ଓ ଏକତାକୁ ସୁଦୃଢ଼ କରିବା, ଜନଗଣନା ସମୟରେ ନିଜ ପରିଚୟ ସଠିକ୍ ଭାବେ ଲିପିବଦ୍ଧ କରାଇବା ଏବଂ ଅଧିକରୁ ଅଧିକ ଲୋକଙ୍କୁ “ହିତଚିନ୍ତକ” ଭାବେ ଯୋଡ଼ିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ବାନ କରାଯାଇଥିଲା ।
ଶେଷରେ ଉପସ୍ଥିତ ସମସ୍ତ ଅତିଥି, କାର୍ଯ୍ୟକର୍ତ୍ତା ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇ ଅଭିଯାନକୁ ସଫଳ କରିବା ପାଇଁ ସମସ୍ତଙ୍କର ସକ୍ରିୟ ସହଯୋଗ କାମନା କରାଯାଇଥିଲା ।