ଶିକ୍ଷା ବିଭାଗରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ।

ବେଗୁନିଆପଡା,୧୯/୦୯(ପିପିଟି ):ଶନିବାର କୋଦଳା ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସର ରେ ଶିକ୍ଷା ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅଧ୍ୟକ୍ଷ ରଘୁନାଥ ମୁଦୁଲି ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଛାତ୍ରଛlତ୍ରୀମାନଙ୍କୁ ସହନଶୀଳ, ଶୃଙ୍ଖଳିତ ଓ ସମୟନୁବର୍ତ୍ତିତା ହେବାକୁ ଉପଦେଶ ଦେଇଥିଲେ । ଛାତ୍ରୀ ଶିବାନୀ ପ୍ରଧାନ, ଶିବାନୀ ବିଶ୍ୱାଳ ଓ ସଙ୍ଗୀତା ଦାସ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଦ୍ୱିତୀୟ ଓ ତୃତୀୟ ବର୍ଷ ଛାତ୍ରଛlତ୍ରୀ ରାଜଲକ୍ଷ୍ମୀ ମହାନ୍ତି,ବର୍ଷା ବେହେରା,ପ୍ରାଚୀ ରଥ,ପ୍ରିୟଦର୍ଶିନୀ ପାଣିଗ୍ରାହୀ,ପୂଜା ବାରିକ ଆଦି ନବାଗତ ଛାତ୍ରଛlତ୍ରୀମାନଙ୍କୁ ସ୍ୱାଗତ ଜଣାଇଥିଲେ। ଶିକ୍ଷାବିଭାଗ ମୁଖ୍ୟ ଅଧ୍ୟାପକ ଡ଼. ପ୍ରଦୀପ କୁମାର ପଣ୍ଡା ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳା ରେ ରହିବା ସହିତ ଉତ୍ତମ ଅଧ୍ୟୟନ କରିବାକୁ କହିଥିଲେ।ଅଧ୍ୟାପିକା ସାଗରିକା ଦାଶ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା,ଅନୁଷ୍ଠାନର ନୀତିନିୟମ ମାନିବା ଏବଂ ପରମ୍ପରା ବଜାୟ ରଖିବାକୁ ଉପଦେଶ ଦେଇଥିଲେ। ପରିଶେଷରେ ପୂଜା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment