ବ୍ରହ୍ମପୁର – ପୁରୀ ରେଳ ଚଳାଚଳ ଦାବିରେ ନଭେମ୍ବର ୨୨ରେ ଗଣଧାରଣା ।

ବ୍ରହ୍ମପୁର,୦୧/୧୧(ପିପିଟି):ସ୍ଥାନୀୟ ବ୍ରହ୍ମପୁର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଚଳିତ ମାସ ୨୨ ତାରିଖ ବୁଧବାର ସକାଳ ୧୦ ଘଣ୍ଟା ଠାରୁ ଅପରାହ୍ନ ୨ ଘଣ୍ଟା ପଯ୍ୟନ୍ତବ୍ରହ୍ମପୁର ଠାରୁ ପୁରୀ ସିଧାସଳଖ ରେଳ ଚଳାଚଳ, ପୂର୍ବଭଳି ରେଳରେ ପୁରୁଷ ବରିଷ୍ଠଙ୍କୁ ୪୦% ଓ଼ ମହିଳାଙ୍କୁ ୫୦% ରେଳ ଭଡାରେ ରିହାତି ଏବଂ ପାସେଞ୍ଜର ଓ଼ ଏକ୍ସପ୍ରେସ ରେଳର ପ୍ରତ୍ୟେକ ବଗିର ସିଙ୍ଗଲ ସିଟ ବରିଷ୍ଠ ନାଗରିକ ମାନଙ୍କପାଇଁ ସଂରକ୍ଷଣ ଦାବୀ ନେଇ ବିଜିପୁର ସନ୍ତୋଷି ମା ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ପ୍ରତିଷ୍ଠାତା ସଭାପତି ଭାଷା ତପସ୍ବୀ ତ୍ରିନାଥ ମହାରଣାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସହରର ବିଭିନ୍ନ ରାଜନୈତିକ ଦଳ, ସ୍ବେଛାସେବୀ ସଂଗଠନ ଓ଼ ବୁଦ୍ଧିଜୀବୀ ଉପସ୍ଥିତରହି ଗଞ୍ଜାମ ଜିଲ୍ଲାବାସୀଙ୍କ ପ୍ରତି ରେଳବିଭାଗ ବ୍ରହ୍ମପୁର ସମେତ ଜିଲ୍ଲାର ଜଗନ୍ନାଥଭକ୍ତଙ୍କ ପ୍ରତିବୈମାତୃକ
ମନଭାବ ସୃଷ୍ଠି କରୁଛି ବୋଲି ମାତବ୍ୟକ୍ତ କରି ତାର ଠିକଣା ଜବାବ ଦିଆଯିବ । ପ୍ରାରମ୍ବରେ ସମ୍ପାଦକ ସିମାଞ୍ଚଳ ପାଢ଼ୀ ସୂଚନା ଦେଇ ଥିଲେ ସଭାପତି ମହାରଣା ଦୀର୍ଘବର୍ଷ ଧରି ଲଢେଇ ଜାରିରଖିଛନ୍ତି ।

ଉକ୍ତ ପ୍ରସ୍ଥତି ବୈଠକରେ ଡ଼ଃ ସୁବାସ ଚନ୍ଦ୍ର ସାହୁ,ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣୀ, ରବି ରଥ, ଅବନୀ ଗୟା,ମଧୁ ସାହୁ,ସରିତା ପଣ୍ଡା, ବିଭିନ୍ନ ସଂଗଠନର ସର୍ବଶ୍ରୀ ରବି ନାରାୟଣ ସାବତ, ଆଇନଜୀବୀ ପ୍ରଭାତ ମିଶ୍ର, ଉପସଭାପତି ପ୍ରମୋଦ କୁମାର ସାହୁ,ରାଜେନ୍ଦ୍ର ମହାନ୍ତି,ପ୍ରଶାନ୍ତ କୁମାର ଶତପଥୀ, ଅଶୋକ ଦଳାଇ,ମୋହନ ଚରଣ ସ୍ୱାଇଁ, ରମେଶ ସାହୁ,ଗୁଣନିଧି ବେହେରା,ବସନ୍ତ କୁମାର ବିଷୋୟୀ,ବସନ୍ତ କୁମାର ଶତପଥୀ ପ୍ରମୁଖ ଆଗାମୀ ଜନ ଆନ୍ଦୋଳନକୁ ଜୋରଦାର କରାଯିବାକୁ ପ୍ରତିଜ୍ଞା କରାଯିଵା ସହ ଡିସେମ୍ବର ଦୁଇ ତାରିଖରେ ଭୁବନେଶ୍ୱର ଜେନେରାଲ ମ୍ୟାନେଜେର,ପୂର୍ଵତଟ ରେଳପଥ କାର୍ଯ୍ୟଳୟ ଠାରେ ଦିବା ୧୧ ଘଣ୍ଟା ଠାରୁ ଧାରଣା ଦିଆଯିବାକୁ ସଭାରେ ନିଷ୍ପତ୍ତି ନିଆଯାଇଛି । ସଭାପତି ତ୍ରିନାଥ ମହାରଣା ସମସ୍ତଙ୍କୁ ଉକ୍ତ ଗଣ ଆନ୍ଦୋଳନରେ ହେବାକୁ ଅନୁରୋଧ କରିବା ସହ ରାଜନୈତିକ ଦଳରୁ ଉର୍ଦ୍ଧ୍ଵରେ ରହି ସମାଜ ସେବାରେ ନିଜକୁ
ସାମିଲ କରିବକୁ ଆହ୍ୱାନ ଦେଇଛନ୍ତି ।

Comments (0)
Add Comment