ଓସିସିଏଲ୍‌ର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ୨୦୨୬-୨୭ ଉଦ୍‌ଘାଟିତ ।

ଭୁବନେଶ୍ୱର,୦୧/୧୧(ପିପିଟି ):ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ୍‌ (ଓସିସିଏଲ୍‌) ପକ୍ଷରୁ ୨୦୨୬-୨୭ ବର୍ଷ ପାଇଁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଭୁବନେଶ୍ୱରର ସୂର୍ଯ୍ୟନଗରସ୍ଥିତ ଓୟୁଏଟି ପଡ଼ିଆଠାରେ ଆରମ୍ଭ ହୋଇଛି। ଜଳ ସମ୍ପଦ ବିଭାଗର ଯୋଜନା ଓ ପର୍ଯ୍ୟବେକ୍ଷଣ ଶାଖାର ଯନ୍ତ୍ରୀ- ସର୍ବୋଚ୍ଚ ତଥା ସ୍ୱତନ୍ତ୍ର ସଚିବ ଶ୍ରୀ ବିଘ୍ନରାଜ ପୁରୋହିତ ଏବଂ ଯୋଜନା ଓ ନକ୍ସା ବିଭାଗର ଯନ୍ତ୍ରୀ-ସର୍ବୋଚ୍ଚ ସୁଶୀଲ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କ୍ରୀଡ଼ା ପ୍ରତିଯୋଗିତାର ଉଦ୍‌ଘାଟନ କରିଥିଲେ। ଏଥିରେ ଓସିସିଏଲ୍‌ର ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ଅନ୍ୟାନ୍ୟ ଅତିଥି ଉପସ୍ଥିତ ଥିଲେ।

ଉଦ୍‌ଘାଟନୀ ଉତ୍ସବରେ ପତାକା ଉତ୍ତୋଳନ, ମଶାଲ ଶୋଭାଯାତ୍ରା ଓ ଅଂଶଗ୍ରହଣକାରୀଙ୍କ ପକ୍ଷରୁ ଆକର୍ଷଣୀୟ ପରେଡ୍‌ ଅନୁଷ୍ଠିତ ହୋଇଥିଲା। ଓସିସିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ କ୍ରୀଡ଼ାର ଗୁରୁତ୍ୱ ଉପରେ ଆଲୋକପାତ କରି ଶାରୀରିକ ସୁସ୍ଥତା, ଶୃଙ୍ଖଳା, ଦଳଗତ କାର୍ଯ୍ୟଧାରା ଓ ସୁସ୍ଥ ପ୍ରତିଯୋଗିତା ମନୋଭାବର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।

ପ୍ରତିଯୋଗିତାର ପ୍ରଥମ ଦିନରେ ଫୁଟ୍‌ବଲ୍‌ ଓ କ୍ରିକେଟ୍‌ ଖେଳ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ଭଲିବଲ୍‌, କବାଡ଼ି, ବ୍ୟାଡମିଣ୍ଟନ୍‌, ଦୌଡ଼କୁଦ, ସନ୍ତରଣ, ଚେସ୍‌, କ୍ୟାରମ୍‌ ସମେତ ବିଭିନ୍ନ ମନୋରଞ୍ଜନଧର୍ମୀ ପ୍ରତିଯୋଗିତା ଆୟୋଜିତ ହେବ।

ଏହି ଅବସରରେ ଜଳ ସମ୍ପଦ ବିଭାଗର ଗୁଣବତ୍ତା ନିୟନ୍ତ୍ରଣ ଓ ନିଶ୍ଚିତତା (QAQC) ମୁଖ୍ୟ ଯନ୍ତ୍ରୀ ଇଂ. ଦୀପକ ମୁର୍ମୁ, ଏମ୍‌କେଏସ୍‌ର ମୁଖ୍ୟ ଯନ୍ତ୍ରୀ ଇଂ. ହେମନ୍ତ କୁମାର ପଣ୍ଡାବ ଏବଂ ଓସିସିଏଲ୍‌ର ନିର୍ଦ୍ଦେଶକ (ଯାନ୍ତ୍ରିକ) ଇଂ. ଅମରଜିତ ବେହେରାଙ୍କ ସମେତ ଜଳ ସମ୍ପଦ ବିଭାଗ ଓ ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ୍‌ର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। କର୍ମଚାରୀମାନଙ୍କ ମଧ୍ୟରେ ଶାରୀରିକ ସୁସ୍ଥତାର ଅଭ୍ୟାସକୁ ପ୍ରୋତ୍ସାହିତ କରିବା, ପାରସ୍ପରିକ ସମ୍ପର୍କ ଦୃଢ଼ କରିବା ଏବଂ ସଂଗଠନ ମଧ୍ୟରେ ଏକତା ଓ ସହଯୋଗର ଭାବନା ବୃଦ୍ଧି କରିବା

Comments (0)
Add Comment