ଯୁଦ୍ଧକାଳୀନ ଭିତ୍ତିରେ ଗଞ୍ଜାମ ବନ୍ୟା କ୍ଷୟକ୍ଷତି ଆକଳନ; କ୍ଷତିଗ୍ରସ୍ତଙ୍କୁ ମିଳିବ ସମସ୍ତ ସରକାରୀ ସହାୟତା ।

ଛତ୍ରପୁର,୦୧/୧୧(ପିପିଟି):ସାମ୍ପ୍ରତିକ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଆକଳନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି । ବନ୍ୟା ଯୋଗୁଁ ଅନେକ ପରିବାର, ଚାଷୀ ଓ ସାଧାରଣ ଜନତାଙ୍କ ଜୀବନ ଓ ଜୀବିକା ପ୍ରଭାବିତ ହୋଇଛି । ଏହି କଠିନ ସମୟରେ ପ୍ରତ୍ୟେକ କ୍ଷତିଗ୍ରସ୍ତଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଛି ।

ଏହି କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଅନ୍ୟ ଜିଲ୍ଲାରୁ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଗଞ୍ଜାମରେ ପହଞ୍ଚି ସ୍ଥାନୀୟ ପ୍ରଶାସନକୁ ସହଯୋଗ କରୁଛନ୍ତି ।

ଚାଷୀ ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ, ବନ୍ୟା ଯୋଗୁଁ ଫସଲ ନଷ୍ଟ କିମ୍ବା ଅନ୍ୟ କୌଣସି କ୍ଷୟକ୍ଷତି ହୋଇଥିଲେ, ନିଜର ସମସ୍ୟା ଓ ଅଭିଯୋଗ ଏହି+ 919437579780 / +୯୧ ୯୪୩୭୫୭୯୭୮୦ ଯୋଗାଯୋଗ ନମ୍ବରରେ ଜଣାନ୍ତୁ। ପ୍ରତ୍ୟେକ ଅଭିଯୋଗକୁ ଗୁରୁତ୍ୱର ସହ ନିଆଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।

କ୍ଷୟକ୍ଷତିର ଆକଳନ ଓ ଯାଞ୍ଚ ଶେଷ ହେବା ପରେ ସରକାରୀ ନିୟମ ଓ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ସମସ୍ତ ଯୋଗ୍ୟ କ୍ଷତିଗ୍ରସ୍ତଙ୍କୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦିଆଯିବ ।

ଏହି ସମୟରେ ଆପଣଙ୍କ ସହଯୋଗ ଓ ଧୈର୍ଯ୍ୟ କାମନା କରୁଛୁ । ପ୍ରତିଟି ଜୀବନ ମୂଲ୍ୟବାନ। ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ।

Comments (0)
Add Comment