ରାଧା କୃଷ୍ଣଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ।

ବୋଲଗଡ଼,୨୦/୪(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତର ପୋଡାପାଟଣା ଗ୍ରାମରେ ଥିବା ଭାଗବତ ଦେବଙ୍କ ପୀଠରେ ରାଧା କୃଷ୍ଣଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଚାର୍ଯ୍ୟ ରମେଶ କର , କର୍ତ୍ତା ଓ କର୍ତ୍ତୀ ଭାବରେ ଦାଶରଥି ମିଶ୍ର ଓ ମନୋରମା ମିଶ୍ର ଙ୍କ ପୌରହିତ୍ୟରେ ଅନୁଷ୍ଠିତ ହେବା ସହିତ ଏହା ଦୁଇ ଦିନ ଧରି ପୂଜା କାର୍ଯ୍ୟ ହୋଇଥିଲା। ଏହି ଦିବସରେ ଯଜ୍ଞ ସାଙ୍ଗକୁ ଭକ୍ତଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ପ୍ରଥମ ଦିବସରେ ଦିକ୍ଷା ଗ୍ରହଣ, ଅଙ୍କୁରାରୋପଣ,ମଣ୍ଡଳ କରଣ, ନାମଯଜ୍ଞ ହେଇଥିବା ବେଳେ ଦ୍ୱିତୀୟ ଦିବସରେ ଜଳଯାତ୍ରା,ପ୍ରତିଷ୍ଠା କର୍ମାରମ୍ଭ, ଶାଲା ସଂସ୍କାର କାର୍ଯ୍ୟକ୍ରମ ଆୟୋଜିତ ହେବା ସହିତ ପୁର୍ଣାହୁତି ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇ ଥିବାର ବାବା ସୁଦର୍ଶନ ମହାରାଜା କହିଛନ୍ତି ଏହି ପ୍ରତିଷ୍ଠା ଉତ୍ସବରେ ଗ୍ରାମବାସୀ ସମେତ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ସମାଗମ ହୋଇଥିବାର ପରିଲକ୍ଷିତ ହୋଇଥିଲା।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment