ଯୁବକ ମାନଙ୍କ ସହଯୋଗରେ କାଳୀ ମନ୍ଦିରକୁ ରାସ୍ତା ନିର୍ମାଣ ।

କୋଦଳା ,୦୬/୦୫(ପିପିଟି):ଶୁଣିଲାନି ପ୍ରସାଶନ, ବାରମ୍ବାର ଗୁହାରି କରି ଥକିପଡିଲେ ଗ୍ରାମବାସୀ, ଶେଷରେ ଅଣ୍ଟାଭିଡ଼ିଲେ ଯୁବ ଗୋଷ୍ଠୀ, ନିର୍ମାଣ କଲେ କାଳୀମନ୍ଦିର ରାସ୍ତା! ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅଙ୍ଗାରଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୂଆଗଡ ଗ୍ରାମରେ, ନୂଆଗଡ ସ୍ଥିତ ମା କାଳୀଙ୍କ ମନ୍ଦିରକୁ ବହୁ ଦିନ ହେଲାଣି ରାସ୍ତା ନଥିଲା । ଫଳରେ ଭକ୍ତ ମାନେ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ ,  କିଛି ଭକ୍ତଙ୍କ ମା ‘ ଙ୍କ ମନ୍ଦିରକୁ ଯିବାକୁ ଇଚ୍ଛା ଥିଲେ ମଧ୍ୟ ରାସ୍ତା ନଥିବା ଯୋଗୁଁ ଚାଲି ଚାଲି ଯିବାକୁ ଅନିଛା ପ୍ରକାଶ କରୁଥିଲେ । ମା’ଙ୍କ ଦୟା ଏବଂ ଏହି ଗ୍ରାମର କିଛି ଆଗ୍ରହୀ ଯୁବକ ମାନଙ୍କ ସଦିଛା ଫଳରେ ମାଟି ରାସ୍ତା ନିର୍ମାଣ ହୋଇପାରିଛି । ଏନେଇ ମାଙ୍କ ଭକ୍ତ ମାନେ ଖୁସି ବ୍ୟକ୍ତ କରିଛନ୍ତି । ବହୁ ଦିନ ହେଲା ସରକାର , ପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ଜନପ୍ରତିନିଧି ମାନଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ରାସ୍ତା ନିର୍ମାଣ ହୋଇ ପାରୁନଥିଲା । ବର୍ତ୍ତମାନ ତାହା ଆଗ୍ରହୀ ଯୁବକ ମାନଙ୍କ ଦ୍ଵାରା ସଫଳ ହୋଇଛି । ସୂଚନା ମୁତାବକ ଭକ୍ତ ମାନେ ଘାଇ ହୁଡା ଉପରେ ଚାଲି ଚାଲି ଯାଉଥିଲେ । ବର୍ତ୍ତମାନ ରାସ୍ତା ନିର୍ମାଣ ହେବା ଫଳରେ ମନ୍ଦିର ନିକଟକୁ ଗାଡି ମୋଟର ଯିବା ଆସିବା କରି ପାରିବ ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment