ଯୁବକଙ୍କୁ ମରଣାନ୍ତଜ ଆକ୍ରମଣ ।

ଭଞ୍ଜନଗର,୧୩/୦୪(ପିପିଟି):ତାରସିଂ ଥାନା ଓ ଗାଲେରୀ ଫାଣ୍ଡି ଅଧୀନ ବଦାଙ୍ଗି ବିଲେଇ ସାହି ନିକଟରେ ଆଜି ଅଜଣା ଦୁବୃର୍ତ୍ତଙ୍କ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ବିଲେଇ ସାହିର ସନ୍ତୋଷ କୁମାର ବେହେରା(୩୫) ଆଜି ଅପରାହ୍ଣରେ ଗ୍ରାମ ଛକରେ ଠିଆ ହୋଇଥିବା ସମୟରେ ହାଠାତ ଏକ ବାଇକରେ ୩ ଜଣ ଯୁବକ ଆସି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡ, ହାତ ସହ ପାପୁଲିରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଗାଲେରୀ ଓ ସେଠାରୁ ଭଞ୍ଜନଗର ମେଡିକାଲ ଅଣାଯାଇଥିଲା। ଏଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଏମ୍କେସିଜି ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। ଏସଂକ୍ରାନ୍ତରେ ଫାଣ୍ଡି ପୁଲିସ୍ ତଦନ୍ତ ଆରମ୍ଭ କରିବା ସହ କିଛି ଯୁବକକୁ ଅଟକ ରଖି ପଚରାଉଚରା କରୁଥିବା ଫାଣ୍ଡି ଅଧିକାରୀ ଭାଗିରଥୀ ନାୟକ ପ୍ରକାଶ କରିଛନ୍ତି। ପୂର୍ବ ଶତ୍ରୁତା କାରଣରୁ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Comments (0)
Add Comment