ପୋଲସରାରେ ବିଜୁ ବାବୁଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି।

ପୋଲସରା,୧୭/୦୪ (ପିପିଟି):  ଆଜି ସମଗ୍ର ରାଜ୍ୟରେ ପ୍ରବାଦ ପୁରୁଷ ଏଵଂ ଝଡ଼ର ଇଗଲ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ୪୫ ତମ ଶ୍ରାଦ୍ଧ ବାର୍ଷିକ ପାଳନ କରାଯାଉଥିବା ବେଳେ ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ଠାରେ ମଧ୍ୟ ପାଳନ କରାଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ସ୍ଥାନୀୟ ବସଷ୍ଟାଣ୍ଡ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଭକ୍ତିପୁତ ଭାବେ ପୁଷ୍ପ ମାଲ୍ୟାର୍ପଣ କରିଥିବା ବେଳେ ଉପସ୍ଥିତ ବିଜେଡ଼ିର କର୍ମକର୍ତ୍ତା ଏବଂ ଦଳୀୟ କର୍ମୀମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଚିକିତ୍ସିତ ରୋଗୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ପୂର୍ବତନ ମନ୍ତ୍ରୀ ଫଳ, ବିସ୍କୁଟ, ପାଉଁରୁଟି ଆଦି ଖାଦ୍ୟ ପଦାର୍ଥ ରୋଗୀମାନଙ୍କୁ ଦେଇଥିଲେ। ଏଥିରେ ଜିଲ୍ଲା ପରିଷଦ ଅଶୋକ କୁମାର ବିଷୋୟୀ, ଉପନଗରପାଳ ସନ୍ତୋଷ କୁମାର ବେହେରା , ବିଜେଡି ନଗର ସଭାପତି ଗୋପାଳ ସାହାଣୀ ଓ ବ୍ଲକ ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ସମେତ କିଛି କାଉନସିଲର ଏବଂ ସରପଞ୍ଚ ପ୍ରମୁଖ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment