ଯାଜପୁରରେ ବିଜେପି ନେତା ପୁଳିନ ପୁହାଣଙ୍କ ଜନ୍ମଦିନ, ଶୁଭେଚ୍ଛାର ସୁଅ ।

ଯାଜପୁର,୧୫/୧୧(ପିପିଟି ): ଯୁବସମାଜର ଆଦର୍ଶ, ଲୋକପ୍ରିୟ ବିଜେପି ନେତା ତଥା ଯୁବପିଢ଼ିଙ୍କ ମଧ୍ୟରେ ସ୍ୱତନ୍ତ୍ର ପରିଚୟ ରଖିଥିବା ପୁଳିନ ପୁହାଣଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି। ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଦଳୀୟ ନେତା, କର୍ମୀ, ଯୁବକ, ଶୁଭେଚ୍ଛୁ ଓ ସମର୍ଥକମାନେ ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି।

ପୁଳିନ ପୁହାଣ ଜଣେ ସକ୍ରିୟ ସଂଗଠକ ଓ ତୃଣମୂଳସ୍ତରର ଜନସମ୍ପର୍କ ରଖୁଥିବା ନେତା ଭାବେ ପରିଚିତ। ସେ ପୂର୍ବରୁ ବିଜେପି କୃଷକ ମୋର୍ଚ୍ଚାର ଉପସଭାପତି ଦାୟିତ୍ୱ ତୁଲାଇଥିବା ସହ ଗ୍ରାମାଞ୍ଚଳରେ ଲୋକଙ୍କ ସହ ମିଶି ସରକାରୀ ଜନକଲ୍ୟାଣକାରୀ ଯୋଜନା ଓ ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି। ତାଙ୍କର ସାଂଗଠନିକ ଦକ୍ଷତା, ଯୁବକମାନଙ୍କ ସହ ଘନିଷ୍ଠ ସମ୍ପର୍କ ଓ ସାମାଜିକ କାର୍ଯ୍ୟ ପ୍ରତି ଆଗ୍ରହ ତାଙ୍କୁ ଯୁବପିଢ଼ିଙ୍କ ମଧ୍ୟରେ ଏକ ପରିଚିତ ଚେହେରା କରିପାରିଛି। ଜନ୍ମଦିନ ଅବସରରେ ଶୁଭେଚ୍ଛୁମାନେ ତାଙ୍କର ସୁସ୍ଥ, ଦୀର୍ଘ ଓ ମଙ୍ଗଳମୟ ଜୀବନ କାମନା କରିବା ସହ ଆଗାମୀ ଦିନରେ ସେ ଜନସେବା ଓ ସାଂଗଠନିକ କାର୍ଯ୍ୟରେ ଆହୁରି ସଫଳତା ହାସଲ କରନ୍ତୁ ବୋଲି ଆଶାବ୍ୟକ୍ତ କରିଛନ୍ତି।

Comments (0)
Add Comment