ମୃତ ଲାକେ ପଡ଼ିଆମୀଙ୍କ ପରିବାରକୁ ମିଳିଲା ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଓ ଜମି ପଟ୍ଟା ।

ମାଲକାନଗିରି,୦୩/୦୭(ପିପିଟି):ରାଖେଲଗୁଡ଼ା ଗ୍ରାମର ସ୍ୱର୍ଗତ ଲାକେ ପଡ଼ିଆମୀଙ୍କ ପରିବାରକୁ ନ୍ୟାୟ ଓ ଆଇନଗତ ଅଧିକାର ପ୍ରଦାନ ଦିଗରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଆଜି ନିଜ କାର୍ଯ୍ୟାଳୟରେ ସ୍ୱର୍ଗତ ଲାକେ ପଡ଼ିଆମୀଙ୍କ ନିକଟତମ ସମ୍ପର୍କୀୟ ରବି ପଡ଼ିଆମୀ ଓ ମୁକା ପଡ଼ିଆମୀ ଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ପ୍ରମାଣପତ୍ର ଏବଂ ଜମିର ପଟ୍ଟା ଆନୁଷ୍ଠାନିକ ଭାବେ ହସ୍ତାନ୍ତର କରିଛନ୍ତି। ଏହି ସମଗ୍ର ପ୍ରକ୍ରିୟାରେ ଜିଲ୍ଲା ପ୍ରଶାସନ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଅଞ୍ଚଳରେ ସାମାଜିକ ସଦଭାବନା ଓ ସ୍ଥିରତା ବଜାୟ ରଖିବା ସହିତ ପୀଡ଼ିତ ପରିବାରକୁ ସମସ୍ତ ସରକାରୀ ସହାୟତା ଓ ନ୍ୟାୟ ପ୍ରଦାନ କରିବା ଦିଗରେ ପ୍ରଶାସନିକ ଅଧିକାରୀମାନେ ନିରନ୍ତର କାର୍ଯ୍ୟ କରିଛନ୍ତି। ପ୍ରଶାସନର ଏହି ସକ୍ରିୟ ପଦକ୍ଷେପ ଯୋଗୁଁ ସମସ୍ତ ଆଇନଗତ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମ୍ପନ୍ନ ହୋଇପାରିଛି।ଏହି ପୀଡ଼ିତ ପରିବାରକୁ ସେମାନଙ୍କର ପ୍ରାପ୍ୟ ଆଇନଗତ ଅଧିକାର ପ୍ରଦାନ କରିବା ସହ ଅଞ୍ଚଳରେ ସ୍ଥାୟୀ ସନ୍ତୁଳନ, ଶାନ୍ତି ଏବଂ ପରିବାରର ସୁରକ୍ଷିତ ଭବିଷ୍ୟତ ଦିଗରେ ଏକ ବଡ଼ ଆଶ୍ୱାସନା ସୃଷ୍ଟି କରିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment