ମୁଣ୍ଡୁଳା ଗାଁ ଭିତରେ ଆଣ୍ଠୁଏ ପାଣି, ଘର ଭିତରେ ପଶିଲା ପାଣି ।

କୋଦଳା ,୨୦/୧୧(ପିପିଟି): ବାତ୍ୟା ଅକଭାନ ପ୍ରଭାବ ଫଳରେ ମୁଣ୍ଡୁଳା ଗାଁ ଭିତରେ ପଶିଲା ପାଣି। ଜଳାର୍ଣ୍ଣବ ହେଲା ଗାଁ ଦାଣ୍ଡ । ଘର ଭିତରେ ପଶିଲା ପାଣି ।ବର୍ଷା ହେଲେ ରାସ୍ତା ନୁହେଁ, କୃତ୍ରିମ ପୋଖରୀରେ ପରିଣତ ହେଉଛି ମୁଣ୍ଡୁଳା ଗାଁର ସଙ୍କଳେଶ୍ୱର ସାହି ରାସ୍ତାସମେତ ଗାଁ ଭିତର ରାସ୍ତା। ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହୁଥିବାରୁ ଯାତାୟାତ ଏକପ୍ରକାର ଦୁର୍ବିଷହ ହୋଇପଡ଼ିଛି। ଏହି ରାସ୍ତା ଦେଇ ବିଦ୍ୟାଳୟ ଓ ମନ୍ଦିରକୁ ଯାତାୟାତ କରୁଥିବା ଲୋକେ ହେଉଛନ୍ତି ହନ୍ତସନ୍ତ। ଏପରିକି ଗାଁରୁ ବାହାରକୁ ଯିବା ପାଇଁ ମଧ୍ୟ ଏହି ରାସ୍ତା ହୋଇଥିବାରୁ ପାଣି ଜମିବା ଯୋଗୁଁ ଦୈନନ୍ଦିନ ଜୀବନ ଠପ୍ ହେବା ଭଳି ସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଆସିଲେ ପ୍ରତିବର୍ଷ ସମାନ ସମସ୍ୟା ଦେଖାଦେଉଥିଲେ ମଧ୍ୟ ସ୍ଥାୟୀ ସମାଧାନ ହେଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ। ତୁରନ୍ତ ରାସ୍ତାରୁ ପାଣି ନିଷ୍କାସନ ସହ ସ୍ଥାୟୀ ଭାବେ ରାସ୍ତା ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି। ଏଥିସହିତ ଗ୍ରାମର ଯୁବକ ମାନଙ୍କ ସହଯୋଗରେ ଜେ ସି ବି ସାହାଯ୍ୟରେ ଜଳ ନିଷ୍କାସନ କରିବା ପାଇଁ ପ୍ରୟାସ ଚାଲିଥିବାର ଦେଖିବାକୁ ମିଳିଛି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment