ବାତ୍ୟା ଅକଭାନର ପ୍ରଭାବ: ମର୍ଦ୍ଦକୋଟ ମହୁରିଆ ସାହିରେ ପଶିଲା ପାଣି ।

ବେଗୁନିଆପଡ଼ା୨୦/୧୧(ପିପିଟି ): ବାତ୍ୟା ଆକଭାନ ପ୍ରଭାବରେ ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ୍ ଅଞ୍ଚଳରେ ଲାଗି ରହିଥିବା ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ବ୍ଲକ୍ ଅନ୍ତର୍ଗତ ମର୍ଦ୍ଦକୋଟ ପଞ୍ଚାୟତର ମହୁରିଆ ସାହି ଭିତରେ ବର୍ଷାଜଳ ପଶିଯିବା ଫଳରେ ସାହିବାସୀ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ସାହି ଭିତରେ ପାଣି ଜମି ରହିବା ଯୋଗୁଁ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହେବା ସହ ଦୈନନ୍ଦିନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷା ହେଲେ ଏଭଳି ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଥିବାରୁ ଏହାର ସ୍ଥାୟୀ ସମାଧାନ ନେଇ ପ୍ରଶ୍ନ ଉଠିଛି। ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧି ତୁରନ୍ତ ଜଳ ନିଷ୍କାସନର ବ୍ୟବସ୍ଥା କରିବା ସହ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସାହିବାସୀଙ୍କ ପକ୍ଷରୁ ଦାବି ହେଉଛି।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment