ମହାନ୍ ସଂଘ ର ୪୦ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯିବା ନେଇ ପ୍ରସ୍ତୁତି ବୈଠକ ।

ବ୍ରମ୍ହପୁର,୨୩/୦୯(ପିପିଟି):ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ସମାଜସେବା ସାଂସ୍କୃତିକ କ୍ଷେତ୍ରରେ ନିଜର ନି ସ୍ବାର୍ଥ ପର କାର୍ଯ୍ୟ ନିମନ୍ତେ ପ୍ରତିଷ୍ଠା ଲାଭ କରିଥିବା ଅଗ୍ରଣୀ ଅନୁଷ୍ଠାନ ମହାନ୍ ସଂଘ ର ୪୦ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରିବା ନେଇ ଏକ ପ୍ରସ୍ତୁତି ବୈଠକ ହୋଟେଲ ଗାୟତ୍ରୀ ସମ୍ମିଳନୀ ପ୍ରକୋଷ୍ଠ ରେ ସଭାପତି ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ହୋଇଥିଲା।ସଂଘ୍ ର ଏକ ସ୍ମରଣିକା ପ୍ରକାଶ ସହ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ମାନଙ୍କୁ ସେମାନଙ୍କ ଉଲ୍ଖେଖନୀୟ କାର୍ଯ୍ୟ ନିମନ୍ତେ ସମ୍ମାନିତ କରାଯିବ। ଆଗାମୀ ବର୍ଷ ଠାରୁ ଅଧିକ ସମାଜସେବା କାର୍ଯ୍ୟ ହାତକୁ ନେବା ନିମନ୍ତେ ସଭାପତି ଶ୍ରୀ ସାବତ ଘୋଷଣା କରିଥିଲେ। ସମ୍ପାଦକ ପ୍ରସାନ୍ତ କୁମାର ପାତ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ। ସାଂସ୍କୃତିକ ସମ୍ପାଦିକା ରମେଶ୍ୱରୀ ନନ୍ଦ,ପ୍ରକାଶ ଭାଜନୀ,ସସ୍ମିତା ମିଶ୍ର,ରାଜେଶ୍ୱରି ଦାଶ,ଡ ସନ୍ଧ୍ୟାରାଣି ପଟ୍ଟନାୟକ, ସୋଭାନା ଦାସ,ଡ ଧନ ଲକ୍ଷ୍ମୀ ପଟନାୟକ,ପି ବୁଚୀ ବାବୁ, ପ୍ରଭାକର ସାହୁ,ଡ ମୋହନ ରାଓ, ସଞ୍ଜୟ ମାଝୀ, ପ୍ରଫୁଲ୍ଲ ପାତ୍ର,ଟି ବଳରାମ,ରିତାଞ୍ଜଳି ସ୍ୱାଇଁ,ଭୀଷ୍ମ ଚାର୍ୟ୍ଯଚଉଧୁରୀ,ନମିତା ରାଣୀ ରାଉତ,ଡ ଶୋଭାଗ୍ୟ ଲକ୍ଷ୍ମୀ, ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିବା ବେଳେ ବହୁ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ । ଶେଷରେ ରାଜଶ୍ରୀ ଦାସ ଧନ୍ୟବାଦ୍ ଦେଇଥିଲେ।

Comments (0)
Add Comment