ବେଗୁନିଆପଡ଼ା ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଦାୟିତ୍ୱ ନେଲେ ପ୍ରକାଶ ଚନ୍ଦ୍ର ଜେନା ।

ବେଗୁନିଆପଡ଼ା,୨୩/୦୯(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ପ୍ରକାଶ ଚନ୍ଦ୍ର ଜେନା । ପୂର୍ବତନ ଭାରପ୍ରାପ୍ତ ସହକାରୀ ନିର୍ବାହୀ  ଯନ୍ତ୍ରୀ ପ୍ରଦୀପ କୁମାର ସାହୁଙ୍କୁ ରିଲିଭ୍ କରାଯିବା ପରେ, ପ୍ରକାଶ ଚନ୍ଦ୍ର ଜେନାଙ୍କୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି । ନୂଆ ଦାୟିତ୍ୱ ନେଇଥିବା ଶ୍ରୀ ଜେନାଙ୍କ ନେତୃତ୍ୱରେ ବ୍ଲକର ଉନ୍ନୟନ କାର୍ଯ୍ୟ ଆଗକୁ ବଢ଼ିବ ବୋଲି ଆଶା ପ୍ରକାଶ ପାଇଛି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment