ଭୁବନେଶ୍ୱର,୩୦/୧୦(ପିପିଟି): ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଆଜି ଓଡିଶା ବିଧାନସଭା ପରିସରରେ “ସାଧୁତା ଶପଥ ପାଠ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମସ୍ତ ବରିଷ୍ଟ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ନିବାରଣ ପାଇଁ ନିଜର ନିରନ୍ତର ଉଦ୍ୟମ ଜାରି ରଖିବା ସହ ପୂର୍ଣ୍ଣ ସ୍ୱଛତା ଓ ନୈତିକତାର ସହ ନିଜର ନିଷ୍ଠାପର ସେବା ପ୍ରଦାନକୁ ଜାରି ରଖିବା ପାଇଁ ଶପଥ ଗ୍ରହଣ କରିଛନ୍ତି ।
ଏହି ଅବସରରେ ବିଧାନସଭାର ସଚିବ ସତ୍ୟବ୍ରତ ରାଉତ, ମୁଖ୍ୟ ନିରାପତ୍ତା ଅଧିକାରୀ ଗୋପାଳ ବେହେରା, ଯୁଗ୍ମସଚିବ କସ୍ତୁରୀ ପ୍ରଧାନ, ବିଦ୍ୟାଧର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।