ବାତ୍ୟା ଓ ପ୍ରବଳ ବର୍ଷା ପ୍ରଭାବିତ ଅଞ୍ଚଳରେ କଂଗ୍ରେସ ପକ୍ଷରୁ ରିଲିଫ୍ ବଣ୍ଟନ।

ଚିକିଟି, ୩୧/୧୦(ପିପିଟି): ଚିକିଟି ବ୍ଲକ୍ ଅନ୍ତର୍ଗତ ସୁନାପୁର ପଞ୍ଚାୟତର ସୁନାପୁର ଗ୍ରାମର କାର୍ଜି ସାହି ଓ ଲିମି ସାହିରେ ବାତ୍ୟା ‘ଅର୍ଣ୍ଣବ’ ଏବଂ ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ପରିବାରମାନଙ୍କୁ କଂଗ୍ରେସ ପକ୍ଷରୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି। ଏଥିସହିତ ଅଗ୍ନିଶମ ବାହିନୀ ସହାୟତାରେ ଜଳ ନିଷ୍କାସନ ବ୍ୟବସ୍ଥା ମଧ୍ୟ କରାଯାଇଛି।

ଏହି ରିଲିଫ୍ କାର୍ଯ୍ୟକ୍ରମରେ ଚିକିଟି ବିଧାନସଭା କଂଗ୍ରେସ ପ୍ରାର୍ଥୀ ରବୀନ୍ଦ୍ରନାଥ ଦ୍ୟାନ ସାମନ୍ତରା, ବ୍ଲକ୍ କଂଗ୍ରେସ ସଭାପତି ନିଗମାନନ୍ଦ ପଣ୍ଡା, କ୍ଷମାସାଗର ମହାରଣା ଓ ଟିକିନା ବେହେରା, ଦିଲ୍ଲୀ ବେହେରା, ଗୋପାଳ ବେହେରା,ଙ୍କ ସମେତ ଅନ୍ୟ କଂଗ୍ରେସ କର୍ମୀମାନେ ଉପସ୍ଥିତ ରହି ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରିଥିଲେ।ବାତ୍ୟା ଓ ବର୍ଷା ଯୋଗୁଁ ଅନେକ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ନଷ୍ଟ ହୋଇଥିବାରୁ ସେମାନଙ୍କୁ ନୂତନ ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ଚିକିଟି ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ବିପର୍ଯ୍ୟୟ ସମୟରେ ପ୍ରଭାବିତ ପରିବାରଙ୍କୁ ତୁରନ୍ତ ଆବଶ୍ୟକୀୟ ସହାୟତା ଯୋଗାଇଦେବା ସହ ଛାତ୍ରଛାତ୍ରୀଙ୍କ ଶିକ୍ଷା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।

ରିପୋର୍ଟ –

Comments (0)
Add Comment