ପ୍ରବଳ ବର୍ଷାରେ ୪ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ।

କୋଦଳା,୨୫/୦୯(ପିପିଟି):ଲଘୁଚାପ ଜନିତ ୩ ଦିନ ଧରି ଲଗାଣ ବର୍ଷା ଲୋକଙ୍କ ଉପରେ ଦାଉ ସାଧିଚି। ବର୍ଷା ଓ ପବନରେ କୋଦଳା ଠାରୁ କଞ୍ଚଣା ରାସ୍ତାର ଲୁହାଶଙ୍ଖ ନିକଟରେ ମୁଖ୍ୟ ରାସ୍ତା ଉପରେ ବଡ଼ ଗଛ ପଡି ରାସ୍ତା ଅବରୋଧ ହେବା ସହ ମର୍ଦମେଖ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଗଛ ପଡିବା ସହ କୋଦଳା ଫାଶୀ ରାସ୍ତାରେ ମଧ୍ୟ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ଶ୍ରୀରାମ ନଗର ଛକ ଠାରେ ବିପଦ ସଂକୁଳ ଅବସ୍ଥାରେ ଥିବା ଗଛଟି ରାସ୍ତା ଉପରକୁ ନଈପଡିଥିଲା ।ଖବର ପାଇ ସମସ୍ତ ସ୍ଥାନକୁ କୋଦଳା ଅଗ୍ନିଶମ ବିଭାଗ ପହଞ୍ଚି ରାସ୍ତାରୁ ଗଛ ସଫା କରି ରାସ୍ତା ସଫା କରିଥିଲେ। ଯାହା ଫଳରେ ଦୀର୍ଘ ସମୟ ଧରି ଅଟକି ଥିବା ଗାଡି ମୋଟର ଚଳ ପ୍ରଚଳ କରିଥିଲା ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment