ପୁରୀରେ ରଥ ନିର୍ମାଣ ପାଇଁ ଗଲା ୫୫ ଖଣ୍ଡ କାଠ ।

ଭଞ୍ଜନଗର, ୨୪/୦୪(ପିପିଟି):ଶ୍ରୀକ୍ଷେତ୍ରରେ ପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣ ସକାଶେ ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ଓ ଦକ୍ଷିଣ ଘୁମୁସର ବନଖଣ୍ଡରୁ ଅନେକ ସମୟରେ ବହୁ ଉପଯୋଗୀ କାଠ ଯୋଗାଇ ଦିଆଯାଉଛି।ଏଥର ମଧ୍ୟ ଅକ୍ଷୟ ତୃତୀୟା ଠାରୁ ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଥିବା ବେଳେ ଆଜି ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବାଇବାଲି ସେକ୍ସନ ଗୁନାକିଆ ଜଙ୍ଗଲରୁ ୫୫ ଖଣ୍ଡ ରଥକାଠ ପୁରୀ ରଥଖଳା କୁ ପଠାଯାଇଛି। ଏ ନେଇ ଗୁନାକିଆ ଠାରେ ଶୁକ୍ରବାର ପୂଜାପାଠ ପରେ ରଥ କାଠ ଗାଡି ପୁରୀ ଅଭିମୁଖେ ବାହାରିଥିଲା । ଏହି ସମୟରେ ରାସ୍ତା କଡ଼ରେ ବହୁ ଶ୍ରଦ୍ଧାଳୁ ରଥ କାଠ ଗାଡ଼ିକୁ ସ୍ୱାଗତ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ଭଞ୍ଜନଗର ଠାରେ ଥିବା ଡିଏଫଓ କାର୍ଯ୍ୟାଳୟ ଠାରେ ରଥ କାଠ ଗାଡି ପହଞ୍ଚିବା ପରେ ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ସମୟରେ ସେଠାରେ ଏସିଏଫ ବିବେକ କୁମାର ଦାସ, ଏସିଏଫ ବିମଳ କୁମାର ପ୍ରଧାନ, ମୁଜାଗଡ ରେଞ୍ଜର ବିମ୍ବାଧର ସାହୁ, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଡିଏଫଓ ହିମାଂଶୁ ଶେଖର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଥିଲା।ଏହି ବନଖଣ୍ଡରୁ ରଥକାଠ ପୁରୀ କୁ ଯାଉଥିବାରୁ ଅଞ୍ଚଳବାସୀଙ୍କ ନିଜକୁ ଧନ୍ୟ ମନେ କରୁଛନ୍ତି।

ରିପୋର୍ଟ -(ଜେ.କେ ପଟ୍ଟନାୟକ)

Comments (0)
Add Comment