ବ୍ରହ୍ମପୁର,୧୩/୦୭(ପିପିଟି): ପାରିବାରିକ କଳହର କରୁଣ ପରିଣତି । ସାମାନ୍ୟ କଥାକୁ ନେଇ ଭାଇକୁ ମାରିଦେଲା ଭାଇ । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଗୁଜୁଲିଙ୍ଗା ଗାଁରେ ମଙ୍ଗଳବାର ସନ୍ଧ୍ୟାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଖବର ଅନୁଯାୟୀ କୌଣସି କଥାକୁ ନେଇ ଉଭୟ କାର୍ତିକ କାର୍ଜି ଓ ଆସ୍ମିନ କାର୍ଜିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଦେଖୁ ଦେଖୁ ପାଟିତୁଣ୍ଡ ବଡ଼ ବିବାଦର ରୂପ ନେଇଥିଲା । ବିବାଦରେ ଉତ୍କ୍ଷିପ୍ତ ହୋଇ ସାନ ଭାଇ କାର୍ତିକକୁ କଟୁରୀରେ ଚୋଟ ପକାଇଥିଲା ବଡ଼ ଭାଇ ଆଶ୍ୱିନୀ । ଯେଉଁଥିରେ କି ସାନ ଭାଇର ମୃତ୍ୟୁ ହୋଇଥିଲା । ହତ୍ୟା ପରେ ଅଭିଯୁକ୍ତ ବଡ଼ଭାଇ ଆଶ୍ୱିନୀ କାର୍ଜି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେସ ନଂ ୨୨୦/୨୨ ମାମଲା ରୁଜୁ କରି ଘଟଣା ସ୍ଥଳକୁ ଏସ.ଡି.ପିଓ ଓ ସାଇଣ୍ଟଫିକ ଟିମ ଯାଇ ତଦନ୍ତ କରି ଫେରିଛନ୍ତି । ଆସାମୀଙ୍କୁ କୋର୍ଟକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୁଚନା ମିଳିଛି ।
(ରିପୋର୍ଟ- ଆରତ କୁମାର ହୋତା। )