ଅନୁଗୁଳ,୦୨/୦୭: ଅନୁଗୋଳ ଶୀତଲ ପ୍ଲାଜା ମାର୍କେଟରେ ପୋଲିସ କନଷ୍ଟେବଳଙ୍କ ୟୁନିଫର୍ମ ପିନ୍ଧି ବୁଲୁଥିବା ଜଣେ ଯୁବକଙ୍କୁ ଅନୁଗୋଳ ପୋଲିସ ଅଟକ ରଖିଛି। ଯୁବକ ଜଣକ ଛେଣ୍ଡିପଦା ଅଞ୍ଚଳର ରବିନାରାୟଣ ବେହେରା ବୋଲି ଜଣାପଡ଼ିଛି। ଏହି ଘଟଣାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଅନୁଗୋଳ ସହରର ଶୀତଲ ପ୍ଲାଜା ମାର୍କେଟରେ ପୋଲିସ କନଷ୍ଟେବଳଙ୍କ ୟୁନିଫର୍ମ ପିନ୍ଧି ବୁଲୁଥିବା ବେଳେ ଜଣେ ଯୁବକଙ୍କୁ ଅନୁଗୋଳ ପୋଲିସ ଅଟକ ରଖିଛି।
ଅଟକ ଯୁବକ ହେଲେ ଛେଣ୍ଡିପଦା ଅଞ୍ଚଳର ଗିରିଶ ବେହେରାଙ୍କ ପୁଅ ରବିନାରାୟଣ ବେହେରା (୩୩)। ସୂଚନା ପାଇ ଅନଗୁଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଅଟକ ରଖିବା ସହ ପଚରାଉଚରା କରୁଛି। ସେ କେଉଁ ଉଦ୍ଦେଶ୍ୟରେ ପୋଲିସ ୟୁନିଫର୍ମ ପିନ୍ଧି ସାଧାରଣ ଲୋକଙ୍କ ମଧ୍ୟରେ ବୁଲୁଥିଲେ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।
ଏହି ଘଟଣାରେ ଅନୁଗୋଳ ଥାନାରେ ୫୪୯/୨୦୨୬ ନମ୍ବର ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।