ଦେଶୀ ଓ ବିଦେଶୀ ମଦ ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଲେ ମହିଳା ।

କଲ୍ୟାଣ ସିଂହପୁର,୨୩/୦୯: ରାୟଗଡା ଜିଲା କଲ୍ୟାଣ ସିଂହପୁର ବ୍ଲକ କନ୍ଧକାତିପାଡ଼ୁ ଓ ପୋଲମା ପଞ୍ଚାୟତ ର ପୋଙ୍ଗଲୀ ଅଡୁଗୁଡା ଗ୍ରାମର ମହିଳା ମାନେ ରନ୍ଧା ମଦ ଓ ଦେଶୀ ମଦ ବନ୍ଦ କରିବା ପାଇଁ ଅଣ୍ଟା ଭିଡି ବାହାରିଥିବା ଦେଖିବାକୁ ମିଳିଛି। ଗ୍ରାମର ପୁରୁଷ ମାନେ ରନ୍ଧା ମଦ ଓ ଦେଶୀ ମଦ ଖାଇ  ପ୍ରାୟ ସମୟରେ ଲୋକଙ୍କସହ ଝଗଡା, ଘରେ ଅଶାନ୍ତି,ରୋଗାକ୍ରାନ୍ତ ହେଉଥିବା ବେଳେ କିଛି ଲୋକଙ୍କ ମୃତ୍ୟୁ ହେଉଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟ ରେ ଛାତ୍ର ମାନେ ମଦ ପିଇ ପରସ୍ପର ମଧ୍ୟରେ ଗଣ୍ଡଗୋଳ ହେଉଥିବା,ମଦ ପିଇ ଦ୍ରୁତଗତିରେ ଗାଡି ଚଳାଇ ଦୁର୍ଘଟଣା ହେଉଥିବା, ମଦ ପିଇ ରାଜରାସ୍ତାରେ ପଡି ରହିବା, ବିଭିନ୍ନ ପର୍ବପର୍ବାଣୀରେ, ବିବାହ, ବ୍ରତ, ଯାନିଯାତ୍ରା ରେ ମଦ ପିଇ ଅଶାନ୍ତି  ସୃଷ୍ଟି କରୁଥିବା ହେତୁ ପୋଙ୍ଗଲୀ ଓ ଅଡୁଗୁଡା ଗ୍ରାମର ମହିଳା ମାନେ ଏକତ୍ରିତ ହୋଇ ଆପସ ମଧ୍ୟରେ ରନ୍ଦାମଦ ଓ ଦେଶୀ ବିଦେଶୀ ମଦ ବିକ୍ରି କିପରି ବନ୍ଦ କରିବା ସେ ବିଷୟରେ ଆଲୋଚନା କରିଥିଲେ।  ଗ୍ରାମର ମହିଳା ମାନେପଞ୍ଚାୟତ ର ଯେଉଁ ଠାରେ ମଦ ରନ୍ଦା ହେଉଛି ସେଠାକୁ ଯାଇ କରାଯାଇଥିବା ମହୁଲ ପଚ ନଷ୍ଟ କରିବା ସହ ମଦ ରନ୍ଧା ଚୁଲା କୁ ଭଙ୍ଗା ରୁଜା କରିଥିଲେ।  ମଦ ବିକ୍ରି କରୁଥିବା ଲୋକଙ୍କୁ ତାହା ବନ୍ଦ କରିବା ପାଇଁ କହିଥିଲେ।ମହିଳା ଙ୍କ ଏହି ପରୀ ପଦକ୍ଷେପ ସ୍ୱାଗତ ଯୋଗ୍ୟ, ଏହାକୁ ଦେଖି ଅନ୍ୟ ଅଞ୍ଚଳ ର ମହିଳା ମାନେ ମଧ୍ୟ ସଚେତନତା ହୋଇ ରାଜାରାସ୍ତା କୁ ଓହ୍ଲାଇବା ପାଇଁ ପ୍ରେରଣା ଦାୟକ ହେବ। ପ୍ରଚୁର ମଦ ବିକ୍ରି ହେଉଥିବା ଯୋଗୁଁ ଯୁବପିଡି ଏହାର ଶିକାର ହେଉଛନ୍ତି। ଅବକାରୀ ଓ ପୁଲିସ ବିଭାଗ ଏହାର ଟେର କିପରି ପାଇପାରୁନାହାନ୍ତି ତାହା ବୁଦ୍ଧି ଯିବିମହଲରେ ଚର୍ଚ୍ଚା ହେଉଛି।

Comments (0)
Add Comment