ପଦ୍ମପୁର,ତା ୨୩ /୦ ୬(ପିପିଟି); ପାଇକମାଲ ଥାନା ଅନ୍ତର୍ଗତ ଚୁହାପାଲି ଗ୍ରାମ ନିକଟରେ ଥିବା ଏକ ଗେଟି କ୍ରସର ପରିସରରେ ଜଣେ ଦଳିତ ନାବାଳିକା ଝିଅକୁ ଦୁଷ୍କର୍ମ କରା ଯାଇଥିବାର ଏକ ଗୁରୁତର ଅଭିଯୋଗ ପାଇକମାଲ ଥାନାରେ ଦରଜ୍ ହୋଇଛି । ପାଇକମାଲ ପୋଲିସ ଗେଟି କ୍ରସର ମାଲିକ ପାଇକମାଲ ନିବାସୀ ନନ୍ଦ କିଶୋର ଶ୍ରୀବାସ୍ତବକୁ ଥାନାରେ ଅଟକ ରଖି ପୋଲିସ ଘଟଣା ସମ୍ପର୍କରେ ପଚାରା ଉଚରା କରୁଛ । ଘଟଣା ଅନୁସନ୍ଧାନରୁ ଜଣାଯାଇଛି ଯେ ସଂପୃକ୍ତ ନାବାଳିକାର ବାପା, ମା ଶ୍ରୀବାସ୍ତବର କ୍ରସରରେ ଦୈନିକ ମଜୁରୀଆ ହିସାବରେ କାର୍ଯ୍ୟ କରୁଥିଲେ । କ୍ରସର ମାଲିକ ସେମାନେ ରହିବା ପାଇଁ ସେଠାରେ ଏକ ଘର ଦେଇଥିଲା । ଉକ୍ତ ନାବାଳିକା ଘରେ ଏକାକୀ ଥିବାର ସୁଯୋଗ ନେଇ କ୍ରସର ମାଲିକ ମୋବାଇଲ୍ ଚାର୍ଜ କରିବା ବାହାନାରେ ତା ଘରକୁ ଯାଇ ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗ ଥାନାରେ ହୋଇଛି । ଘଟଣାଟି ଗତ ସାତ ଦିନ ତଳେ ଘଟିଥିବା ବେଳେ କ୍ରସର ମାଲିକ ଝିଅର ପରିବାରକୁ ପଇସା ପତ୍ର ଦେବା ସହ ଧମକ ଚମକ ଦେଇ ଘଟଣାକୁ ଚପାଇ ଦେଇଥିଲେ । ଝିଅ ଓ ତାଙ୍କ ପରିବାରର ଲୋକେ ଭୟଭୀତ ହୋଇ ଏ ସମସ୍ତ ଘଟଣା ମିଠାପାଲ ନିକଟସ୍ଥ ଡୁଙ୍ଗୁରୀପାଲି ଗ୍ରାମର ତାଙ୍କର ବନ୍ଧୁ ପରିବାରଙ୍କୁ ଜଣାଇଥିଲେ । ଗତ କାଲି ଝିଅକୁ ଧରି ପରିବାର ଲୋକେ ପାଇକମାଲ ଥାନାକୁ ଯାଇ ତାଙ୍କର ଝିଅକୁ ଦୁଷ୍କର୍ମ ହୋଇଥିବାର ଅଭିଯୋଗ କରିଥିଲେ । ଦଳିତ ପରିବାରର ଜଣେ ନାବାଳିକା ଝିଅ ପ୍ରତି ଦୁଷ୍କର୍ମ ଅଭିଯୋଗ ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ବେଳେ ରିପୋର୍ଟ କରାଯିବାର ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ପାଇକମାଲ ପୋଲିସ ର ଭୂମିକା ପ୍ରଶ୍ନବାଚୀ ଓ ସନ୍ଦେହ ସୃଷ୍ଟି କରୁଛି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।