ଜିଲ୍ଲା ସ୍ତରୀୟ ଖାଉଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ  ।

ସୁବର୍ଣ୍ଣପୁର ,୨୯/୦୪(ପିପିଟି ):ସୁବର୍ଣ୍ଣପୁର ଜିଲ୍ଲା ସଦର ଜିଲ୍ଲାପାଳ ସମ୍ମିଳନୀ କକ୍ଷ୍ୟ ରେ ବେସାମାରିକ ଯୋଗାଣ ବିଭାଗ, ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ଓ ରେଆର ସୋନପୁର ଦ୍ୱାରା ତଥା ଓଡିଶା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସହାୟତା ରେ ଜିଲ୍ଲା ସ୍ତରୀୟ ଖାଉଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଯୋଗ ଦେଇ ଉଦଘାଟନ କରିବା ସହ ଖାଦ୍ୟ ଅପମିଶ୍ରଣ ର ପ୍ରତିକାର ବିଷୟରେ ଉପସ୍ଥାପନା କରିଥିଲେ ଅନ୍ୟତମ ଅତିଥିଭାବେ ଜିଲ୍ଲା ଖାଉଟି ବିବାଦ ପ୍ରତିକାର ଆୟୋଗ ର ସଭାପତି ଉପାନନ୍ଦ ପୁରୋହିତ, ସଦସ୍ୟ ହଳଧର ପଧାନ, ଖାଉଟି ଅଧିକାର ଓ ଆଇନ ବିଷୟରେ ଆଲୋଚନା କରିଥିଲେ।ମୁଖ୍ୟ ବେସାମାରିକ ଯୋଗାଣ ଅଧିକାରୀ ନିରୋଦ ରଞ୍ଜନ ଦାସ,ଉପ ନିୟନ୍ତ୍ରକ ବୈଧ ମାପ, ଓଜନ ବିଭାଗ ଶ୍ରୀ ବାଗରାଇ ସୋରେନ,ଜିଲ୍ଲା ମଙ୍ଗଳ ଅଧିକାରୀ ଅଚୁତାନନ୍ଦ ସିଂ,ସ୍ୱତନ୍ତ୍ର ଶିଶୁ ଅତିଥି ଆଦ୍ୟାଶ୍ରୀ ପାଣିଗ୍ରାହୀ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରୀତି ସୁନା,ବେସାମାରିକ ଯୋଗାଣ ଅଧିକାରୀ କେଦାରନାଥ ନାଏକ, ଉପ ଅଯୁକ୍ତ ଜି ଏସ ଟି ସୁଶୀଲ କୁମାର ମାରପାଚି ଯୋଗ ଦେଇ ନିଜ ନିଜ ବିଭାଗ ର ଯୋଜନା ବିଷୟରେ ଉଲ୍ଲେଖ କରିବା ସହ ଖାଉଟି ସଚେତନ ହେବାକୁ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମ କୁ ରେଆର ସହ ପ୍ରତିଷ୍ଠାତା ଅମ୍ବୁଜ ବିହାରୀ ଶତପଥି ସଂଯୋଜନା କରିଥିବାବେଳେ ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଶେଷରେ ଅତିରିକ୍ତ ଯୋଗାଣ ଅଧିକରୀ ପ୍ରଭାତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ, ଏହି ପରିପ୍ରେକ୍ଷୀରେ ପ୍ରଜ୍ଞ୍ୟା ଭାରତୀ ଆବାସିକ ବିଦ୍ୟାଳୟ ରେ ଆୟୋଜିତ ହୋଇଥିବା ବିତର୍କ ପ୍ରତିଯୋଗିତା ରେ ପ୍ରଥମ ଆଦ୍ୟାଶ୍ରୀ ପାଣିଗ୍ରାହୀ, ଦ୍ଵିତୀୟ ଶ୍ରୀଶ୍ଵାମିନି ଝାଙ୍କର, ତୃତୀୟ ସୋନାଲି ବିଶ୍ୱାଳ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ରେ ପ୍ରଥମ ଜିଜ୍ଞସା ପ୍ରଧାନ, ଦ୍ଵିତୀୟ ଯୁଗ୍ମ ଭାବେ ରେ ଆୟୁଷ୍ମତୀ ପ୍ରଧାନ, ସୌମ୍ୟଶ୍ରୀ ଠେଲା ତୃତୀୟ ରେ ପାୟଲ ପଣ୍ଡା ଙ୍କୁ ପୁରସ୍କୃତ କରାଯାଇଥିଲା,ଏହା ସହ ଖାଉଟି ସଚେତନତା ପୁସ୍ତକ କୁ ଅତିଥି ମାନେ ଉନ୍ନମୋଚନ କରିଥିଲେ। ଏଥିରେ ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ, ପ୍ରାଜ୍ଞ ଭାରତୀ ଆବାସିକ ବିଦ୍ୟାଳୟ, ମହାନଦୀ ଧାରା, ର ଛାତ୍ର ଛାତ୍ରୀ, ବିଭିନ୍ନ ସ୍ୱେଚ୍ଛାସେବୀ ସାଂଗଠନ ର କର୍ମକର୍ତ୍ତା, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା, ଗଣ ମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ରେ ରେଆର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment